ଉଗାଣ୍ଡାରେ ସିରିଏଲ୍ ବିସ୍ଫୋରଣ, ସମସ୍ତ ଭାରତୀୟ ଖେଳାଳି ସୁରକ୍ଷିତ

ଆଫ୍ରିକୀୟ ଦେଶ ଉଗାଣ୍ଡା ର ରାଜଧାନୀ କାମ୍ପାଲାରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି ।ଏହି ୩ଟି ଆତ୍ମଘାତୀ ବିସ୍ଫୋରଣରେ କାପାଲା ସହରର ସଂସଦ ଭବନ ନିକଟରେ ଘଟିଥିଲା ଏଥିରେ ୩ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ କାମ୍ପାଲା ଷ୍ଟାଡିୟମ ଠାରୁ ସେଠାରୁ ୧୦୦ ମିଟର୍ ଦୂର ରେ ହୋଇଥିଲା I ସେଠାରେ ଭାରତୀୟ ପାରା ବ୍ୟାଡମିଣ୍ଟନ ଟିମ୍ ରହୁଛନ୍ତି I ତେବେ ବିସ୍ଫୋରଣର ଭାରତୀୟ ଟିମ୍‌କୁ କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଉଗାଣ୍ଡାରେ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍-୨୦୨୧ରେ ଭାଗ ନେବା ପାଇଁ ଦୁଇଦିନ ତଳେ ଭାରତୀୟ ପାର ବ୍ୟାଡ଼ ବ୍ୟାଡମିଣ୍ଟନ ଟିମ ପହଞ୍ଚିଥିଲା। ଏହି ଟିମରେ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ତଥା ନିକଟ ରେ ଜାତୀୟ ଖେଳରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବା ପାରା ବ୍ୟାଡମିଣ୍ଟନ ଖେଳାଳି ‘ପ୍ରମୋଦ ଭଗତ‘, ମନୋଜ ସରକାର ଦୀପରଞ୍ଜନ ବିଶୋଇ ଓ ଜି ଦିଲେଶ୍ୱର୍ ରାଓ ଖେଳାଳି ମାନେ ସାମିଲ ଅଛନ୍ତି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଓଡ଼ିଶାର ତିନି ଖେଳାଳି ଙ୍କ ସହିତ ସମସ୍ତ ଭାରତୀୟ ଖେଳାଳିମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ତେବେ ଏହି ସିରିଏଲ ବିସ୍ଫୋରଣ ଆଜି ସକାଳ ୧୦.୩୦ରେ ରେ ଲାଗ ଲାଗ ହୋଇଥିଲା I ଏଥିରେ ୨୭ରୁ ଅଧିକ ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments (0)
Add Comment