ବଢ଼ିଲା ସେନ୍‌ସେକ୍ସ ଓ ନିଫ୍‌ଟି

ନୂଆଦିଲ୍ଲୀ: ଭାରତୀୟ ସେୟାର ମାର୍କେଟ୍‌ରେ ସୂଚକାଙ୍କ ପୁଣି ବୃଦ୍ଧି ପାଇଛି । ମଙ୍ଗଳବାର ସେନ୍‌ସେକ୍ସ ୪୫୫ ପଏଣ୍ଟ ବୃଦ୍ଧି ପାଇଥିବାବେଳେ କାରବାର ଶେଷ ସୁଦ୍ଧା ୬୦,୫୭୧.୦୮ ପଏଣ୍ଟରେ ପହଞ୍ଚିଛି । ଅପରପକ୍ଷରେ ନିଫ୍‌ଟି ସୂଚକାଙ୍କରେ ୧୩୩ ପଏଣ୍ଟର ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଏହା ୧୮,୦୭୦.୦୫ ପଏଣ୍ଟରେ ପହଞ୍ଚିଛି । ପୂର୍ବରୁ ଚଳିତବର୍ଷ ଏପ୍ରିଲରେ ଶେଷଥର ପାଇଁ ନିଫ୍‌ଟି ୧୮,୦୦୦ ସୂଚକାଙ୍କ ଅତିକ୍ରମ କରିଥିଲା । ସେନ୍‌ସେକ୍ସରେ ଉନ୍ନତି ଘଟିଥିବାରୁ ବଜାଜ ଫିନ୍‌ସର୍ଭ, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଭାରତୀ ଏୟାରଟେଲ, ଟାଇଟାନ୍ ଓ ବଜାଜ୍ ଫାଇନାନ୍ସ ଭଳି କମ୍ପାନୀର ଅଂଶଧନ ମଧ୍ୟ ବୃଦ୍ଧି ପାଇଛି । ତେବେ ଟିସଏସ୍ ଅଂଶଧନକୁ କ୍ଷତି ପହଞ୍ଚିଥିବା ଜଣାପଡିଛିି ।