ଭୁବନେଶ୍ୱର: ବରିଷ୍ଠ ନେତା ତଥା ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମହାନ୍ତିଙ୍କ ନିଜ ପୈତୃକ ଗ୍ରାମ ଜଗତସିଂହପୁରରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ସ୍ୱର୍ଗତଃ ମହାନ୍ତି ୮୦ ଦଶକରେ ଦଳର କାର୍ଯ୍ୟବିସ୍ତାରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଥିଲେ । ବିଶେଷ ଭାବେ ଅବିଭକ୍ତ କଟକ ଜିଲ୍ଲାରେ ଦଳକୁ ତୃଣମୂଳସ୍ତରରେ ମଜବୁତ କରିବାରେ ସ୍ୱର୍ଗତଃ ମହାନ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସଙ୍ଗଠନକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇରହିବ । ତାଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇବ । ତାଙ୍କ ବିୟୋଗରେ ରାଜ୍ୟ ତଥା ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।