ଆତ୍ମ ନିର୍ଭର ଭାରତ : ତିନି ଭଉଣୀ ହେଲେ ସ୍ୱାବଲମ୍ବୀ

ରାସ୍ତା କଡରେ ଠେଲା ବେପାରୀ ସାଜିଛନ୍ତି ତିନି ଭଉଣୀ I ପରିବାର ଚଳାଇବା ସହିତ ପାଠପଢା ତାହାରି ଭିତରେ ଠେଲା ବେପାର I ପ୍ରକୃତରେ ଠେଲାବେପାର କରି ନିଜକୁ ସ୍ୱାବଲମ୍ବୀ କରିବାର ଅଦମ୍ୟ ସାହସ କରିଥିବା ଭଉଣୀ ମାନଙ୍କୁ ସଲାମ I
କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅଧୀନ ବରୁଣଡିହ ଗ୍ରାମର ସମାଜସେବୀ ଅଶୋକ ନାୟକ ଙ୍କ ତିନି ଝିଅ ,ଲିପ୍ସା,ଶିଳ୍ପା ,ସୁପ୍ରିୟା ପାଠ ପଢିବା ସାଙ୍ଗକୁ ନିଜକୁ ସ୍ୱାବଲମ୍ବୀ କରୁଛନ୍ତି ପୁରୁଣା ଭୁବନେଶ୍ୱର ର ଗଙ୍ଗା ଯମୁନା ଗଳିରେ ଏକ ଭଡ଼ାଘରେ ରହି ଦୁର୍ଗାପୂଜାଠାରୁ ଆରମ୍ଭ କରିଛନ୍ତି ଠେଲା ବେପାର I ତାଙ୍କ ଠେଲା ଦେଇ ପାର ହେଇ ଗଲାବେଳେ ସୁଆଦିଆ ବାସ୍ନାରେ ପାଟିରୁ ଆପେ ଲାଳ ଆସିଯାଏ I ଠେଲାରେ ମିଳୁଛି ସୁଆଦିଆ ଚକୁଳି ସାଙ୍ଗକୁ,ବରା,ଇଡ଼ଲି,କାକରା ,ମୁଗବରା,ପୁରୀ,ତରକାରୀ ରେ ଗ୍ରାହକଙ୍କ ମନ ଜିଣୁଛନ୍ତି I ସକାଳ ୭ ଟାରୁ ଦିନ ୧୧ ତା ମଧ୍ୟରେ ବେପାର ଭଲ ଜମି ଥାଏ I ଏହା ସହିତ ଦିନରେ ମଧ୍ୟ ଦୁଇ ଭଉଣୀ ଶିଳ୍ପା ଓ ସୁପ୍ରିୟା ସହିଦ ନଗର ସ୍ଥିତ ବିୟୁଟି ପାର୍ଲର ରେ କାମ ଶିଖନ୍ତି I ଲିପ୍ସା ଘର ସମ୍ଭାଳିବା ସହ ସମାଜସେବୀଙ୍କ ସହିତ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ୱି୧୨ ବର୍ଷ ପୂର୍ବରୁ ବାପା ଅଶୋକଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ହେବାପରେ ମା ସାରଥୀ ଙ୍କ ଉପରେ ଘରର ଦାୟିତ୍ୱ ପଡିଥିଲା I ମାଙ୍କ ସଂସ୍କାର ତଥା ବାପାଙ୍କ ସମାଜସେବାକୁ ପାଥେୟ କରି ବଡ଼ ଭଉଣୀ ଅନିତାଙ୍କ ବିବାହ ହେଇସାରିବା ପରେ ଏବେ ତିନି ଭଉଣୀ ଙ୍କ ଉପରେ ସମ୍ପୂର୍ଣ୍ଷ ଦାୟିତ୍ୱ I ଏହା ସହିତ ସେମାନେ ନିଜ ସାନ ଭାଇକୁ ପାଠ ପଢ଼ାଉଛନ୍ତି I ତିନି ଭଉଣୀ ଏକାଠି ହୋଇ ଠେଲା ବେପାର କରିବା ସହିତ ରକ୍ତଦାନ ପାଇଁ ଅନ୍ୟକୁ ପ୍ରେରଣା ଦେବା ତଥା ,ଅନାଥାଶ୍ରମ ରେ ପିଲାଙ୍କୁ ଖାଦ୍ୟ ଦେବା ତଥା ପଶୁପକ୍ଷୀ ଙ୍କର ଯତ୍ନ ମଧ୍ୟ ନେଉଛନ୍ତି I

Comments (0)
Add Comment