ଘରେ ଏହି ଜୀବକୁ ଦେଖିଲେ ହୋଇଥାଏ ଅପାର ଧନ ପ୍ରାପ୍ତି

ଆମ ସମସ୍ତଙ୍କ ଘରେ ପ୍ରାୟତଃ ମୂଷା,ଚୁଚୁନ୍ଦ୍ରା,ଅସରପା ଇତ୍ୟାଦି ଦେଖାଯାଇଥାଏ ,କିନ୍ତୁ ଆଉ ଗୋଟିଏ ଜୀବ ରହିଛି ,ଯାହାକୁ ଦେଖିଲେ ଆମକୁ ଡର ଲାଗିବ ସହିତ ଘୃଣା ଲାଗିଥାଏ ,କିନ୍ତୁ ଧନ ସମ୍ବନ୍ଧୀୟ ମାମଲାରେ ରହ ଶୁଭ ହୋଇଥାଏ I
ଧାର୍ମିକ ଶାସ୍ତ୍ର ରେ , କେତେକ ଜୀବଜନ୍ତୁ ଙ୍କୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇ ପୂଜା କରାଯାଏ I ଏଥିମଧ୍ୟରୁ ଗୋ ମାତା ଙ୍କର ସ୍ଥାନ ଅତ୍ୟନ୍ତ ପବିତ୍ର I

ସେହିପରି କୁକୁରଙ୍କୁ ଖାଇବାକୁ ଦେବା , କାଉକୁ ରୁଟି ଦେବା ମଧ୍ୟ ହୋଇଥାଏ ଇହ ଦ୍ୱାରା ଜୀବନରେ ଅନେକ ସମସ୍ୟା ର ସମାଧାନ ହୋଇଥାଏ I ସେହିଭଳି ଘରେ ରହୁଥିବା ଆଉ ଗୋଟିଏ ଜୀବ ବିଷୟରେ ଆସନ୍ତୁ ଜାଣିବା :
ଘରେ ଝିଟିପିଟି ଦେଖାଦେବା ବହୁତ ଶୁଭ ହୋଇଥାଏ ଇ ଅଧିକାଂଶ ସ୍ଥାନରେ ଘରର ବାସ୍ତୁ ପୂଜା ସମୟରେ ରୁପାରେ ତିଆରି ଝିଟିପିଟି ରଖି ପୂଜା କରାଯାଇଥାଏ I ଏହା ଦ୍ୱାରା ଘରର ଆର୍ଥିକ ଅବସ୍ଥା ସର୍ବଦା ସୁଦୃଢ ରହିଥାଏ I ଏବଂ ପରିବାର ସଦସ୍ୟ ଙ୍କ ମଧ୍ୟରେ ସ୍ନେହ ସୌହାର୍ଦ୍ୟ ବଢିଥାଏ I

-ପୂଜା ଘରେ କିମ୍ବା ଏହାର ଚାରିପାଖରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ I
-ଯଦି ଦୀପାବଳି ରାତିରେ ଘରେ ଝିଟିପିଟି ଦେଖାଯାଏ, ତେବେ ମା ‘ ଲକ୍ଷ୍ମୀ ଆପଣଙ୍କୁ ବର୍ଷସାରା ଅପାର ଆଶୀର୍ବାଦ ଦେଇଥାନ୍ତି I
-ଯଦି ନୂଆ ଘରେ ପ୍ରବେଶ କରିବା ସମୟରେ ଝିଟିପିଟି ଦେଖାଯାଏ, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ I ମାନ୍ୟତା ରହିଛି ,ଏହାଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ପାଇବାର ସଙ୍କେତ ମିଳିଥାଏ I

-ଯଦି ଭୂମିରେ ଝିଟିପିଟି ଚାଲୁ ଥିବାର ଦେଖାଯାଏ, ଏହାର ଅର୍ଥ ହେଉଛି ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ହେବାକୁ ଯାଉଛି | ଆପଣ ବିପୁଳ ଅର୍ଥ ଲାଭ କରିବାକୁ ଯାଉଛନ୍ତି I ତେଣୁ, ଯଦି ଝିଟିପିଟି ଭୂମିରେ ଦେଖାଯାଏ, ଦୁଖୀ ହେବା ପରିବର୍ତ୍ତେ ଖୁସି ହୁଅନ୍ତୁ କାରଣ ଏହା ଏକ ଶୁଭ ସଙ୍କେତ ଭାବରେ ଧରାଯାଏ I

-ଯଦି ଘରେ ଗୋଟିଏ ସ୍ଥାନରେ ଏକ ସଂଗେ ୩ ଟି ଦେଖା ଯାଏ ଏହା ବ୍ୟକ୍ତି ଜୀବନ ରେ ଶୁଭ ଦିନ ଆସିବାର ସଂକେତ ଦେଇଥାଏ I

Comments (0)
Add Comment