ସିଲ୍ ହେଲା ମାଷ୍ଟର କ୍ୟାଣ୍ଟିନ ଗ୍ରୀନ ଚିଲ୍ଲି

୭ ଦିନ ପାଇଁ ସିଲ୍ ହେଲା ମାଷ୍ଟର କ୍ୟାଣ୍ଟିନ ଗ୍ରୀନ ଚିଲ୍ଲି I ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍‌ କରିବାକୁ ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ I
ବିଏମ୍‌ସି କମିଶନର ଓ ତାଙ୍କ ଟିମ୍‌ ସହରରେ ବୁଲି ଅନୁଧ୍ୟାନ କରୁଥିବା ସମୟରେ ଗ୍ରୀନ୍‌ ଚିଲିରେ ଅସ୍ୱାସ୍ଥ୍ୟକର ପରିବେଶ ଥିବା ନଜରକୁ ଆସିଥିଲା। ରାଜଧାନୀରେ ଥିବା ସମସ୍ତ ଦୋକାନୀ ଡଷ୍ଟବିନ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେହି ଏହାକୁ ଅମାନ୍ୟ କଲେ ଫାଇନ୍‌ ଆଦାୟ କରାଯିବ।