ରତ୍ନାକର ସାହୁ ହେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ

ଭୁବନେଶ୍ୱର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ଯେ । ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ବଦଳି ହୋଇଥିବା ରତ୍ନାକର ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱ ମିଳିଛି । ତାସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟାଳୟକୁ ଅତିରିକ୍ତ ନୋଡାଲ୍ ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ । ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ସିଡିଏର ପୂର୍ବତନ ସଚିବ ଡଃ. ଶ୍ୱେତ କୁମାର ଦାଶଙ୍କୁ ଏମ୍.କେ.ସି.ଜି. ମେଡିକାଲ୍ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁରର ରେଜିଷ୍ଟ୍ରାର (ପ୍ରଶାସନ) ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଡଃ. ଶ୍ୱେତ କୁମାର ଦାଶଙ୍କୁ ବର୍ତ୍ତମାନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କରାଯାଇଥିବା ଅବସ୍ଥାପନାକୁ ବାତିଲ୍ କରାଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡଃ. ପ୍ରମୋଦ କୁମାର ପୃଷ୍ଟିଙ୍କୁ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି । ତତସହିତ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତି ମିଳିଛି । ସଚ୍ଚିଦାନନ୍ଦ ନାୟକ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ସହିତ ଜିଲ୍ଲା ମାଜିଷ୍ଟ୍ରେଟର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ତପନ କୁମାର ଖୁଣ୍ଟିଆ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ଅବସ୍ଥାପିତ କରାଯାଇଛି । ସେ ବର୍ତ୍ତମାନ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଅଛନ୍ତି । ରାଇରଙ୍ଗପୁରର ଉପଜିଲ୍ଲାପାଳ ଓ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାମନଘାଟୀର ଉପଖଣ୍ଡ ଦଣ୍ଡାକାରୀ ଭାବରେ ସବ୍ୟସାଚୀ ପଣ୍ଡା ନିଯୁକ୍ତ ହୋଇଛନ୍ତି ।