ବାଲାଙ୍ଗୀରରେ ଵ୍ୟାପୁଛି ସ୍କ୍ରବ୍‌‌ ଟାଇଫସ୍‌‌

ବଲାଙ୍ଗୀର : ଚିନ୍ତା ବଢାଉଛି ସ୍କ୍ରବ୍‌‌ ଟାଇଫସ୍‌‌। ଧିରେ ଧିରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନଜର ଆସୁଛି। ବଲାଙ୍ଗୀର ଜିଲାରେ ସବୁଠାରୁ ଅଧିକ ସ୍କ୍ରବ୍‌‌ ଟାଇଫସ୍‌‌ ଚିହ୍ନଟ ହୋଇଛନ୍ତି।

ଅଗଷ୍ଟ ଓ ସେପ୍ଟେମ୍ବରରେ ୩୩୭ ସ୍କ୍ରବ ଟାଇଫସ୍‌‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ ମାସରେ ୧୨୮୩ ନମୁନାରୁ ୩୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି।ସେହିପରି ସୁନ୍ଦରଗଡ଼ରେ ଆଉ ୧୦ ଜଣ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ପଜିଟିଭ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି।

NATIONALODISHA