ବ୍ରହ୍ମପୁର : ନିମିଷକେ ଉଭେଇ ଗଲା ବାହାଘର ଖୁସି I ହସ ଖୁସିରେ ଫାଟି ପଡୁଥିବା ଘର କାନ୍ଦ ବୋବାଳୀରେ କମ୍ପି ଉଠିଲା I ମୃତ୍ୟୁ କେତେବେଳେ କେଉଁ ରୂପରେ ଆସେ ତାହା କାହାକୁ ଜଣାନଥାଏ। ବାରକୁ ବରଣୀ କରି ପାଛୋଟି ନେବାକୁ ଘର ଦୁଆରମୁହଁ ରେ ଠିଆ ହୋଇଥିବା କନ୍ଯା ଯାତ୍ରୀଙ୍କ ଉପରକୁ ମାଡ଼ିଗଲା ସ୍କର୍ପିଓ I ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି I ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ନାଵ ଦମ୍ପତି Iଏଭଳି ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁ ଛକ ନିକଟରେ।
ଘଟନାନୁସାରେ,ଗତକାଲି ବ୍ରହ୍ମପୁର ଜିଲ୍ଲାର ମାଣ୍ଡିଆପଲ୍ଲୀ ଛକରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I କନ୍ୟା ଯାତ୍ରୀଙ୍କ ବାଟବରଣ ସମୟରେ ଏହି ଦୁର୍ଘଟଣା ନେଇଛି ତିନି ତିନୋଟି ମୂଣ୍ଡ। ରାସ୍ତା କଡ଼ରେ ୫୦ ରୁ ଅଧିକା କନ୍ଯା ଯାତ୍ରୀ ବରର ବାଟବରଣ ଲାଗି ଠିଆ ହୋଇଥିଲେ। ବାସ୍ ଏତିକିବେଳେ କିଏ କିଛି ଭବିଲାବେଳକୁ ଦୃତ ଗତିରେ ଏକ ସ୍କର୍ପିଓ ଗାଡ଼ି ମାଡିଆସିଲା କନ୍ଯା ଯାତ୍ରୀଙ୍କ ଉପରକୁ। ହଠାତ୍ କିଏ କିଛି ବୁଝିପାରିନଥିଲେ। ହେଲେ ବୁଝିବାବେଳକୁ ଘଟଣାସ୍ଥଳରେ ୩ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ଘଟଣାସ୍ଥଳରେ ଶୁଭ ପରିବେଶ ଶୋକାକୂଳ ପରିସ୍ଥିତିରେ ପରିଣତ ହୋଇଛି । ମୃତକ ମାନଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି I ସେମାନେ ହେଲେ ବ୍ରହ୍ମପୁର ଲା଼ଞ୍ଜିପଲ୍ଲୀ କେଶବ ନଗର ଅଞ୍ଚଳର ସ୍ବପ୍ନା ରେଡ୍ଡୀ, ସଞ୍ଜୁ ରେଡ୍ଡୀ ଓ ଭାରତୀ ରେଡ୍ଡୀ । ଗୁରୁତର ଆହତ ଦୁଇ ଜଣ ହେଲେ ବିବାହ କାର୍ଯ୍ଯକ୍ରମର ଭିଡିଓ ଉତ୍ତୋଳନ କରୁଥିବା କ୍ଯାମେରାମ୍ଯାନ ରବିନାରାୟଣ ଦାଶ ଓ ଅନ୍ଯ ଜଣେ ସିଏଚ ରାଜେଶ ରେଡ୍ଡୀ । ସମସ୍ତ ମୃତାହତଙ୍କୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲ ରେ ଭର୍ତି କରାଯାଇଛି I
ବିବାହ କରିବା ଲାଗି ଯାଇଥିଲେ । ଗାଁରେ ବରର ବିବାହ ପ୍ରୋସେସନ ସରିବା ପରେ ରାସ୍ତା କଡ଼ର ଉଭୟ ପକ୍ଷର ବାଟବରଣ କରିବା ଲାଗି ସଜବାଜ ହେଉଥିଲେ । ଠିକ୍ ଏହି ସମୟରେ ଗୋପାଳପୁର ପଟୁ ଏକ ସ୍କର୍ପିଓ ଗାଡ଼ି ଦୃତ ଗତିରେ ଆସି ଲୋକଙ୍କ ଉପରେ ମାଡିଯାଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ପରେ ସ୍କର୍ପିଓ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରି ଗାଁ ଭିତରକୁ ପଶି ଏକ ଘରର ବାରଣ୍ଡାରେ ଧକ୍କା ଦେଇଥିଲା।ପରେ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ିରେ ବସିଥିବା ଅନ୍ଯଜଣେ ବ୍ଯକ୍ତିଙ୍କୁ ଗାଁ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି ।