ବନ୍ୟା ପୀଡ଼ିତଙ୍କ ପାଇଁ SBIର ୧.୩୦ କୋଟି ଟଙ୍କା ସହାୟତା

ଭୁବନେଶ୍ୱର: ଓଡ଼ିଶାର ବନ୍ୟାରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସହାୟତା ରାଶି ମିଳିଛି |ଏସ୍‌ବିଆଇ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୧ କୋଟି ୩୦ ଲକ୍ଷ ଟଙ୍କାରଚେକ୍ ପ୍ରଦାନ କରିଛନ୍ତି । ବନ୍ୟା ପୀଡ଼ିତଙ୍କ ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର କରାଯିବ। ସୂଚନା ଅନୁଯାୟୀ, ଏହି ଆର୍ଥିକ ସହଯୋଗ SBI ଭୁବନେଶ୍ୱର ସର୍କଲର କର୍ମଚାରୀମାନଙ୍କ ସ୍ୱେଚ୍ଛାକୃତ ଅବଦାନରେ ସଂଗୃହୀତ ହୋଇଛି। ଚେକ୍ ପ୍ରଦାନ ସମୟରେ ମୁଖ୍ୟମନ୍ତ୍ରୀ ଓ SBI ପ୍ରତିନିଧିମାନଙ୍କ ମଧ୍ୟରେ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଓଡ଼ିଶାର ବିକାଶ ଭିଜନ୍ ସହ ସମନ୍ୱୟ ରଖି ବ୍ୟାଙ୍କ କିଭଳି ଆଗାମୀ ଦିନରେ ସହଯୋଗ କରିପାରିବ, ସେନେଇ ଉଭୟ ପକ୍ଷ ମତ ବିନିମୟ କରିଥିଲେ।