ଶନି ସାଢ଼େସାତୀ,ଅଢେଇ ପାଇଁ ଧାରଣ କରନ୍ତୁ ଏହି ‘ରୁଦ୍ରାକ୍ଷ’

ଧାର୍ମିକ ଶାସ୍ତ୍ର ଅନୁସାରେ ରୁଦ୍ରାକ୍ଷ ହେଉଛି ରୁଦ୍ର ଅର୍ଥାତ ଶିବ ଙ୍କ ର ଆଖି ଲୁହ ରୁ ଉତ୍ପନ୍ନ ହୋଇଥିଲା I ଏହା କୁ ଗ୍ରହ ନିୟନ୍ତ୍ରଣ, ପୂଜାରେ ମନ୍ତ୍ର ଜପ ,ମସ୍ତିଷ୍କ ସହିତ ଶରୀରକୁ ଶାନ୍ତ ରଖିବା ପାଇଁ ଧାରଣ କରାଯାଇଥାଏ I ଏହା ବ୍ୟତୀତ, ରୁଦ୍ରକ୍ଷର ବ୍ୟବହାର ଦ୍ୱାରା ଶନିଙ୍କ କୋପ ଜନିତ ଗ୍ରହ ପୀଡା ରୁ ମଧ୍ୟ ମୁକ୍ତି ମିଳିଥାଏ I ଏହା ସହିତ, ରୁଦ୍ରକ୍ଷ ର ସଠିକ ବ୍ୟବହାର କରି ଶନି ଦେବଙ୍କର ବିଶେଷ କୃପା ପାଇପାରିବେ I ଶାସ୍ତ୍ରରେ ରୁଦ୍ରାକ୍ଷ ଧାରଣ ର କିଛି ବିଶେଷ ନିୟମ ରହିଛି I ଏହି ନିୟମ ଅନୁସାରେ ରୁଦ୍ରାକ୍ଷ ଧାରଣ କଲେ ବ୍ୟକ୍ତି ଙ୍କୁ ବିଶେଷ ଲାଭ ମିଳିଥାଏ I

ଶନି ସହିତ ରୁଦ୍ରାକ୍ଷ ର ସଂଯୋଗ

ବିଶ୍ୱାସ କରାଯାଏ ଯେ ରୁଦ୍ରକ୍ଷ ର ଅତ୍ୟନ୍ତ ପ୍ରଭାବ ଶାଳୀ ହୋଇଥାଏ I ଯେଉଁ ବ୍ୟକ୍ତି ଏହାକୁ ସଠିକ୍ ବିଧିବିଧାନ ଅନୁସାରେ ଧାରଣ କରନ୍ତି ,ସେ ସମସ୍ତ ପ୍ରକାର କଷ୍ଟ , ଅସୁବିଧାକୁ ଦୂର କରିଥାଏ I ଅନ୍ୟ ପଟେ, ଯଦି କେହି ଏହାକୁ ନିୟମ ଅନୁସାରେଧାରଣ ନ କରନ୍ତି , ତେବେ ଏହାର ବିପରୀତ ପ୍ରଭାବ ପଡିଥାଏ I ଏହା ବ୍ୟତୀତ ରୁଦ୍ରାକ୍ଷ କୁ ନିୟମ ଅନୁଯାୟୀ ଧାରଣ କଲେ ଶନିଙ୍କ ବକ୍ର ଦୃଷ୍ଟି ରୁ ମୁକ୍ତି ମିଳିଥାଏ I

ଶନି ଙ୍କ ପାଇଁ ରୁଦ୍ରାକ୍ଷ ର ବ୍ୟବହାର

ଶନି ଙ୍କ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ରୁଦ୍ରାକ୍ଷ କୁ ନିୟମ ଅନୁଯାୟୀ ଧାରଣ କରିବା ଦରକାର I ଜାତକରେ ଶନି ଙ୍କର ପ୍ରଭାବ କେତେଦିନ ରହିଛି ଜାଣିବାପରେ ଜ୍ୟୋତିଷ ଙ୍କ ପରାମର୍ଶ ଅନୁସାରେ ରୁଦ୍ରାକ୍ଷ ଧାରଣ କରନ୍ତୁ I ସେହିଭଳି ଚାକିରି ଜନିତ ସମସ୍ୟାକୁ ଦୂର କରିବା ପାଇଁ ଦଶ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ Iଏକତ୍ର ଭାବରେ ୩ ଟି ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କଲେ ମନପସନ୍ଦ ର ଚାକିରୀ ମିଳି ପାରିଥାଏ I ଏହାକୁ ଧାରଣ କରିବାର ନିୟମ ହେଉଛି କୌଣସି ଶନିବାର ଦିନ ଏହାକୁ ଶିବ ମନ୍ଦିର ରେ ଅଥବା କଞ୍ଚା କ୍ଷୀର ରେ ଶୋଧନ କରି ଠାକୁରଙ୍କୁ ଅର୍ପଣ କରନ୍ତୁ I ଏହାପରେ ଏହାକୁ ଶନିବାର ଏକ ଲାଲ୍ ସୂତାରେ ବାନ୍ଧି ବେକରେ ବେକରେ ପିନ୍ଧନ୍ତୁ I ଅନ୍ୟ ପଟେ, ଯଦି ଜାତକରେ ଶନିଙ୍କର ଖରାପ ପ୍ରଭାବ ରହିଛି , ତେବେ ଏଥିରୁ ରକ୍ଷା ପାଇବା ପାଇଁ ଗୋଟିଏ ୧ ମୁଖୀ ଏବଂ ୧୧ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଶୁଭ ହୋଇଥାଏ I ଏହାକୁ ଏକ ଲାଲ୍ ସୂତାରେ ଏକତ୍ର କରି ପିନ୍ଧି ପାରିବେ I କିମ୍ବା ଏକ ସଂଗେ ୨ ଟି ୧୧ ମୁଖି ଧାରଣ କରିପାରିବେ I

ଶନି ସାଢ଼େସାତୀ କିମ୍ବା ଅଢେଇ ରୁ ମୁକ୍ତି ପାଇଁ

ଯଦି ବ୍ୟକ୍ତି ଙ୍କ ଜାତକରେ ଶନି ଙ୍କ ପ୍ରଭାବରୁ ସ୍ୱାସ୍ଥ୍ୟଗତ ସମସ୍ୟା ରହୁଥାଏ ,ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ବେକରେ ୮ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଶୁଭ ହୋଇଥାଏ I ଯଦି ପାରିବେ ୫୪ ଟି ମୁଖି ରୁଦ୍ରାକ୍ଷ ର ଏକ ମାଳା କରି ପିନ୍ଧିଲେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏହା ଅତ୍ୟନ୍ତ ପ୍ରଭଶାଳୀ ହୋଇଥାଏ I ଏହା ବ୍ୟତୀତ, ସାଢ଼େ ସାତୀ କିମ୍ବା ଅଢେଇ ରୁ ମୁକ୍ତି ପାଇବା ପାଇଁ ୫ ମୁଖି ରୁଦ୍ରାକ୍ଷ ର ଏକ ମାଳା ଧାରଣ କରନ୍ତୁ I ଏହି ମାଳା ପିନ୍ଧିବା ପୂର୍ବରୁ ଏହାକୁ ଶନି ମନ୍ଦିର କିମ୍ବା ଶିବ ମନ୍ଦିର ରେ ପୂଜା କରି ଶନି କିମ୍ବା ଶିବ ଙ୍କ ର ମନ୍ତ୍ର ଜପ କରିବା ଅତ୍ୟନ୍ତ ଶୁଭ ହୋଇଥାଏ I

Comments (0)
Add Comment