ଭାରତୀୟ ବକ୍ସର ଶତୀଶ କୁମାର କ୍ଵାଟର ରୁ ପରାସ୍ତ

ଟୋକିଓ ଅଲିମ୍ପିର ଦଶମ ଦିବସରେ ଭାରତୀୟ ବକ୍ସର ସତୀଶ କୁମାର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ପଦକ ଦୌଡ଼ରୁ ଆଉଟ୍ ହୋଇଯାଇଛନ୍ତି I ପ୍ରଥମ ରାଉଣ୍ଡରେ ସତୀଶଙ୍କୁ ୯ ପଏଣ୍ଟ ମିଳିଥିବା ବେଳେ ପ୍ରତିପକ୍ଷ ଉଜବେକି ସ୍ଥାନ ର ବଖୋଦିରଙ୍କୁ ୧୦ ପଏଣ୍ଟ ମିଳିଥିଲା । ତେବେ ପ୍ରଥମ ରାଉଣ୍ଡରେ ପଛୁଆ ରହିଥିଲେ ହେଁ ସତୀଶଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ପୂର୍ବରୁ ଜାମାଇକାର ବକ୍ସର ରିକାର୍ଡୋ ବ୍ରାଉନଙ୍କ ବିପକ୍ଷରେ ଲଢ଼ିବା ସମୟରେ ସତୀଶଙ୍କର ଡାହାଣ ଆଖି ସହ ଅନ୍ୟ ସ୍ଥାନରେ ଗଭୀର ଆଗାତ ଲାଗିଥିଲାତେଣୁ ଶତୀଶ ଙ୍କ ଖେଳିବାକୁ ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖାଦେଇଥିଲା ପରେ ମେଡିକାଲା କ୍ଲିୟରାନ୍ସ ମିଳିବା ପରେ ସେ ଖେଳିବାକୁ ଆସିଥିଲେଏବଂ ପରାସ୍ତ ହୋଇଥିଲେ I

Comments (0)
Add Comment