ସତୀଚଉରା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ସ୍ୱାମୀକୁ ଆଜୀବନ, ସ୍ତ୍ରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହିତ ୫ ଲକ୍ଷ ର କ୍ଷତିପୂରଣ ନିର୍ଦେଶ

ବହୁ ଚର୍ଚିତ ସତୀଚଉରା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦମ୍ପତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି I ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ କଟକ ର ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ ସଶକ୍ତ ଦଣ୍ଡାଦେଶ ଘୋଷଣା କରିଛନ୍ତି I ଏହାସହିତ ଉଭୟଙ୍କୁ ଜୋରିମାନା ଦେବାପାଇଁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି I
ସୂଚନାନୁସାରେ ୨୦୧୯ ଜୁଲାଇ ୧୮ କଟକ ବିଡାନାସୀ ଥାନା ସତୀଚୌରା ଅଞ୍ଚଳରୁ ଜଣେ ୧୦ ବର୍ଷର ନାବାଳିକାକୁ ଅପହରଣ କରି ନେଇ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଠାରେ ରଖି ଦୁଷ୍କର୍ମ କରିବା ଘଟଣାରେ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ବିକ୍ରି କରିବା ଉଦ୍ଦେଶ୍ୟରେ ସେମାନେ ନାବାଳିକାଙ୍କୁ ଅପହରଣ କରିଥିଲେ । ଏହି ଅଭିଯୋଗ ର ଶୁଣାଣି କରି ଉଭୟ ସ୍ୱାମୀ ଅମିତ ବିନ୍ଧାଣିକୁ ଆଜୀବନ କାରାଦଣ୍ଡ ଅର୍ଥାତ୍ ମୃତ୍ୟୁ ପର୍ଯ୍ୟନ୍ତ ଏବଂ ସ୍ତ୍ରୀ ଆଶା ଲୋହାରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଇ ଏହI ସହିତ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି।

ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯିବ I

Comments (0)
Add Comment