ଭୁବନେଶ୍ୱର ମହାନଗର ପାଇଁ ‘ଆପ’ ର ମେୟର ପ୍ରାର୍ଥୀ ହେଲେ ସରୋଜିନୀ ଖୁଣ୍ଟିଆ

ଭୁବନେଶ୍ୱର ମହାନଗର ନିଗମ ପାଇଁ ଆମ୍ ଆଦମୀ ପାର୍ଟି ନିଜର ମେୟର ପ୍ରାର୍ଥୀ ଘୋଷଣା କରିଛି I ଭୁବନେଶ୍ୱର ପାଇଁ କଂଗ୍ରେସ ଓ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ଆଜି ଆମ୍ ଆଦମୀ ପାର୍ଟି ସରୋଜିନୀ ଖୁଣ୍ଟିଆ ଙ୍କ ନା ମେୟର ପ୍ରାର୍ଥୀ ପାଇଁ ବିଧିବଦ୍ଧ ଭାବରେ ଘୋଷଣା କରିଛି I
ପ୍ରଥମେ କଂଗ୍ରେସ ପକ୍ଷରୁ ,କଟକ ମେୟର ପ୍ରାର୍ଥୀଭାବରେ ଗିରିଵାଲା ବେହେରା ଏବଂ ଭୁବନେଶ୍ୱର ମେୟର ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନା ଘୋଷଣା ହେଇଥିଲା Iପରେ ବିଜେଡି ଦଳ ପକ୍ଷରୁ ସୁଲୋଚନା ଦାସ ଙ୍କ ନା ଭୁବନେଶ୍ୱର ମେୟର ପ୍ରାର୍ଥୀ ପାଇଁ ଘୋଷଣା ହୋଇଥିବାବେଳେ Iଗତକାଲି ଡକ୍ଟର ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି ବିଜେପି । ଏନେଇ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି । ଜଣେ ଲେଖିକା ଭାବେ ସୁନୀତି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ସମ୍ବଲପୁର ୟୁନିଭର୍ସିଟିରୁ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଛନ୍ତି ।
ଆସନ୍ତା ୨୪ ମାର୍ଚ୍ଚରେ ହେବାକୁ ଥିବା ପୌର ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପଦବୀ ପାଇଁ ଆପର ସରୋଜିନୀ ଖୁଣ୍ଟିଆ ଙ୍କ ଲଢ଼େଇ ବିଜେଡିର ସୁଲୋଚନା ଦାସ, ବିଜେପିର ସୁନୀତି ମୁଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ସହ ହେବାକୁ ଯାଉଛି I