ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଶରତ ପଟ୍ଟନାୟକ

ଓଡ଼ିଶା କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଶରତ ପଟ୍ଟନାୟକ। ଅଲଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ସୋମବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିସହ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ହାଇକମାଣ୍ଡଙ୍କ ଦ୍ବାରା ଗୃହୀତ ହୋଇଥିବା ସୂଚନା ଦେଇଛି ଏଆଇସିସି।
ଶରତ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ପିସିସି ସଭାପତି ହୋଇଛନ୍ତି। ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ ଶରତ ପଟ୍ଟନାୟକ ୨୦୦୧ରୁ ୨୦୦୩ ଯାଏଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ।