କ୍ରିସ୍‌ମାସ୍‌ର ଦିନକ ପୂର୍ବରୁ ସାଣ୍ଟା ଟ୍ରାକର୍ ଡାଉନ୍‌

ନୂଆଦିଲ୍ଲୀ : କ୍ରିସ୍‌ମାସ୍ ପୂର୍ବରୁ ପିଲାମାନେ ଯାହାକୁ ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି, ସେହି ସାଣ୍ଟା କ୍ଲଜ୍ ନର୍ଥ ପୋଲ୍‌ରୁ ବାହାରି କେଉଁଠି ପହଞ୍ଚି ଏହା ଜାଣିବା କଷ୍ଟକର ହୋଇପଡ଼ିଛି । ଅସଲରେ ଏହି କାଳ୍ପନିକ କ୍ୟାରେକ୍ଟରକୁ ଟ୍ରାକ୍ କରିବା ପାଇଁ ନୋରାଡ୍ ସାଣ୍ଟା ଟ୍ରାକର୍ ୱେବ୍‌ସାଇଟ୍ ଆକ୍ଟିଭ୍ କରାଯାଇଥିଲା । ମାତ୍ର ଏହି ଟ୍ରାକର୍ ଡାଉନ୍ ହୋଇଯାଇଛି । ସାଇଟ୍ ଜରିଆରେ ପିଲାମାନେ ରିୟଲ୍ ଟାଇମ୍‌ରେ ସାଣ୍ଟା କ୍ଲଜ୍‌ର ଲୋକେସନ୍ ଚେକ୍ କରିପାରିବେ । ଏହା ସହିତ ସାଣ୍ଟା କେତେ ଗିଫ୍ଟ ଦେଇସାରିଛି ସେ ସମ୍ପର୍କରେ ପିଲାମାନଙ୍କୁ ସୂଚନା ମିଳିଥାଏ ।