ସଞ୍ଜୟ ମାଲହୋତ୍ରା ନୂଆ ରାଜସ୍ୱ ସଚିବ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜୟ ମାଲହୋତ୍ରା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରାଜସ୍ୱ ବିଭାଗ ସଚିବଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ଏହି ପଦରେ କାର୍ଯ୍ୟ କରୁଥିବା ତରୁଣ ବଜାଜ୍ ନଭେମ୍ବର ୩୦ରେ ଅବସର ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚଭ୍ ରାଜସ୍ଥାନ କ୍ୟାଡର ଆଇଏଏସ୍ ଶ୍ରୀ ମାଲହୋତ୍ରା ଇତିପୂର୍ବରୁ ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ ସର୍ଭିସେସ୍‌ରେ ସଚିବଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ଅକ୍ଟୋବରରୁ ତାଙ୍କୁ ରାଜସ୍ୱ ବିଭାଗରେ ଓଏସ୍‌ଡି ପଦରେ ଅବସ୍ଥାପିତ କରାଯାଇଥିଲା ।