୨୦୨୨ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ନେତା ମାନଙ୍କର ବୟାନ ବାଜି ଚାଲିଛି ଇ ବର୍ତ୍ତମାନ ଏଥିରେ ସାମିଲ ହେଇଛନ୍ତି ତଥା କଥିତ ଗୈରିକବସ୍ତ୍ରଧାରୀ ଗୁରୁମାନେ I ସେମାନେ ମଧ୍ୟ ନିର୍ବାଚନ ରାଜନୀତି ନିଆଁରେ ଘିଅ ଢ଼ାଳିବା ସଦୃଶ ବୟାନ ମାଁ ଦେଉଚ୍ଛନ୍ତି I ଏହି କ୍ରମ ରେ ବିଜେପି ସାଂସଦ ସାକ୍ଷୀ ମହାରାଜ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଅଖିଳେଶ ଯାଦବ, ମାୟାବତୀ ଏବଂ କଂଗ୍ରେସ ଦଳ ଉପରେ ଘୋର ଆକ୍ରମଣ କରିଛନ୍ତି।
ବିଜେପି ସାଂସଦ ସାକ୍ଷୀ ମହାରାଜ କହିଛନ୍ତି ଯେ ଆପଣ ବିଜେପିର ଅର୍ଥ ବୁଝିଛନ୍ତି , ଏହା ବାପ ଏବଂ ପୁଅ କିମ୍ବା ମା’ ପୁଅ ଙ୍କ ମିଳିତ ଲିମିଟେଡ଼ କମ୍ପାନୀ ନୁହେ ଇ ଭଉଣୀ ମାୟାବତୀଙ୍କ ଏହା ଏକ ସୀମିତ କମ୍ପାନୀ ନୁହେଁ I ଏହା ହେଉଛି ଭା . ଜ. ପା . I ଏହା ହେଉଛି ପ୍ରଥମେ ‘ଭାରତ’ ଦ୍ଵିତୀୟ ରେ ‘ଜନତା’ I ଅର୍ଥ ହେଉଛି ଭାରତ ର ଜନତା ଙ୍କ ଦଳ ଏହା I
ପ୍ରକାଶଥାଉ କି ସାକ୍ଷୀ ମହାରାଜ ତାଙ୍କ ବିବାଦିତ ବୟାନ ପାଇଁ ଜଣାଯାଆନ୍ତି ଇ ନିକଟରେ କ୍ରୌସି ଆଇନ ପ୍ରତ୍ୟାହାର କୁ ନେଇ କହିଥିଲେ କି ‘ ଆଇନ ତିଆରି ହୁଏ ପୁଣି ପୁଣି ପ୍ରତ୍ୟାହାର ହୋଇଥାଏ ,ପୁଣି ଏହାକୁ ତିଆରି କରିବାକୁ ଡେରି ଲାଗି ନ ଥାଏ I ପ୍ରଧାନ ମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର କରି ବିଶାଳ ହୃଦୟ ର ପରିଚୟ ଦେଇଛନ୍ତି’ I
ସୂଚାନୁସାରେ ୨୦୨୨ ୟୁପି, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସରେ ତାରିଖ ଘୋଷଣା କରାଯାଇପାରେ । ବିଜେପି, କଂଗ୍ରେସ, ଏସପି, ବିଏସପି ସମେତ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ସକ୍ରିୟ ଅଛନ୍ତି। ତେବେ ଦେଶରେ ବଢୁଥିବା ଓମିକ୍ରନ ସଂକ୍ରମଣ କୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଘୋଷଣା ନେଇ ଅନିଶ୍ଚିତତା ରହିଛି I