ଏସ୍‌. ଜୟଶଙ୍କରଙ୍କୁ ମିଳିଲା କଡା ସୁରକ୍ଷା:

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସୁରକ୍ଷା ବଢାଯାଇଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୟଶଙ୍କରଙ୍କ ବର୍ଦ୍ଧିତ ସୁରକ୍ଷାରେ ଏକ ସ୍ୱତନ୍ତ୍ର ବୁଲେଟପ୍ରୁଫ୍ କାର ସାମିଲ କରିଛି। ଦିଲ୍ଲୀରେ ତାଙ୍କ ବାସଭବନ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଜୟଶଙ୍କର ପୂର୍ବରୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କମାଣ୍ଡୋମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା Z-ବର୍ଗ ସୁରକ୍ଷା ଉପଭୋଗ କରୁଛନ୍ତି। ତାଙ୍କ ସୁରକ୍ଷା ପାଇଁ ୩୩ ଜଣ କମାଣ୍ଡୋଙ୍କ ଏକ ଦଳ ୨୪ ଘଣ୍ଟା ନିୟୋଜିତ ଅଛନ୍ତି।