ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେନାହିଁ ରୁଷ ରାଷ୍ଟ୍ରପତି ପୁଟିନ

ଆଗାମୀ ସପ୍ତାହରେ ଇଣ୍ଡୋନେସିଆରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀ ରେ ଭାଗ ନେବେ ନାହିଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ I ଇଣ୍ଡୋନେସିଆ ସରକାରଙ୍କ ଜଣେ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ୟୁକ୍ରେନ୍‌ରେ ଚଳାଇଥିବା ଯୁଦ୍ଧ ଯୋଗୁଁ ସେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ସହ ସମ୍ମୁଖୀନ ହେବା ସମ୍ଭାବନାକୁ ଏଡ଼ାଇବା ପାଇଁ ପୁଟିନ୍‌ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଅନୁମାନ କରାଯାଉଛି।

ସୂଚନାନୁସାରେ ନଭେମ୍ବର ୧୫ ରୁ ଇଣ୍ଡୋନେସିଆର ରାଜଧାନୀ ବାଲିରେ ହେବାକୁଥିବା ଜି-୨୦ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ନେତା ଯୋଗଦେବେ। ଚଳିତ ବର୍ଷ ଫେବୃଆରୀ ରୁ ଆରମ୍ଭ ହୋଇଥିବା ରୁଷ ୟୁକ୍ରେନ ପରେ ବାଇଡେନ ଏବଂ ପୁଟିନ ପ୍ରଥମ ଥର ପାଇଁ ଏକ ବିଶ୍ୱ ସ୍ତରରେ ସାକ୍ଷାତ କରିବାକୁ ଯାଉଥିଲେ।

ଇଣ୍ଡୋନେସିଆର ଡେନପାସରରେ ‘ଜି-୨୦’ କାର୍ଯ୍ୟକ୍ରମର ‘ଚିଫ୍‌ ଅଫ୍‌ ସପୋର୍ଟ’ ଲୁହୁତ୍‌ ବିନ୍‌ସାର୍‌ ପାଣ୍ଡଜୈତାନ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରୁଷ ର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭ୍ରୋଭ ସମ୍ମିଳନୀରେ ରୁଷିଆ ପକ୍ଷରୁ ପ୍ରତିନିଧିତ୍ବ କରିବେ I ସମ୍ପର୍କରେ ରୁଷ ରାଷ୍ଟ୍ରପତି ପୁଟିନ ଫୋନ୍ ଜରିଆରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଅବଗତ କରାଇଛନ୍ତି I ସେ ଆହୁରି ମଧ୍ୟ କହିଛନ୍ତି, ରୁଷ୍‌ ସରକାରଙ୍କ ନିଷ୍ପତ୍ତିକୁ ଇଣ୍ଡୋନେସୀୟ ସରକାର ସମ୍ମାନ ଦେଉଛନ୍ତି।

ସୂଚନାନୁସାରେ ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ବାଇଡେନ ଶିଖର ସମ୍ମିଳନୀରେ ପୁଟିନଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଇଥିଲେ। ସେ କହିଥିଲେ ରୁଷ ସହିତ କେବଳ ରୁଷରେ ବନ୍ଦୀ ଥିବା ଆମେରିକୀୟମାନଙ୍କୁ ମୁକ୍ତ କରିବା ବିଷୟରେ ଆଲୋଚନା କରିପାରିବେ I

ସେହିପରି ଆମେରିକାର ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ପୁଟିନ ଅନଲାଇନରେ ଶିଖର ସମ୍ମିଳନୀରେ ଯୋଗଦେଲେ ତାଙ୍କୁ ପୃଥକ କରିବାକୁ ସେମାନେ ବିଶ୍ୱ ନେତାମାନଙ୍କୁ ଆହ୍ୱାନ କରିବେ।

Chinese President Xi JinpingGroup of 20 summit in IndonesiaIndonesian government reportLuhut Binsar PandjaitanRussian President Vladimir Putin will not attend G-20the Chief of Support for G-20US President Joe Biden