ରୁଷ-ୟୁକ୍ରେନ ଲଢେଇ: ବଢ଼ିଲା ଅଶୋଧିତ ତୈଳ ମୂଲ୍ୟ ,ବିଶ୍ୱରେ ଦେଖାଦେବ ଶକ୍ତି ଶଂକଟ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡିଛି। ବିଶ୍ବ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି। ଏହି ସମୟରେ, ବିଶ୍ବରେ ଶକ୍ତି ସଙ୍କଟ ବୃଦ୍ଧି ହେବାର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି IEA ଚେତାବନୀ ଦେଇଛି।
ଏହା ଗତ ସାତ ବର୍ଷରେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ଓଏଲର ମୂଲ୍ୟ ବୁଧବାର ୫ ପ୍ରତିଶତ ବୃଦ୍ଧି ଘଟିଛି। ଏହା ପରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପ୍ରତି ୧୧୦.୨୩ ଡଲାରରେ ପହଞ୍ଚିଛି। ୨୦୧୪ ଜୁଲାଇ ପରେ ପ୍ରଥମ ଥର ତେଲ ଦର ବ୍ୟାରେଲ୍ ପ୍ରତି ୧୧୦ ଡଲାର ରହିଛି I ଯୁଦ୍ଧ ପାଇଁ ଋଷରୁ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ହଠାତ୍ ଏହାର ମୂଲ୍ୟରେ ୭ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୪ ପରେ ଏହି ମୂଲ୍ୟ ସର୍ବାଧିକ ରହିଛି।
IEA କହିଛି ଯେ, ତୈଳ ସଂରକ୍ଷଣ ଅପେକ୍ଷା ଦ୍ରୁତ ଗତିରେ ରିଲିଜ୍ ହେବା ପରେ ଏହାର ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ଏହି ବୃଦ୍ଧି ଜାରି ରହେ, ତେବେ ଦୁନିଆରେ ଏକ ଶକ୍ତି ସଙ୍କଟ ହୋଇପାରେ। ଆମେରିକା ବଜାରରେ ଥିବା ଭଣ୍ଡାରରୁ ୩୦କୋଟି ବ୍ୟାରେଲ ତେଲ ବଜାରକୁ ଛଡାଯାଇଛି। ସମଗ୍ର ବିଶ୍ୱରେ ତେଲର ବ୍ୟବହାର ବଢୁଥିବାରୁ ରିଜର୍ଭରେ ରଖାଯାଇଥିବା ତେଲ ଏଥିପାଇଁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମୂଲ୍ୟ ବୃଦ୍ଧି ପରେ ଭାରତରେ ମଧ୍ୟ ପେଟ୍ରୋଲ-ଡିଜେଲ୍ ଦାମ ବଢିବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ ମତରେ ଉତ୍ତର ପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।