ରୂଷିଆ ୟୁକ୍ରେନ ବିବାଦ : ୟୁକ୍ରେନରେ ବଳି ପଡିଲେ ଆଉ ଜଣେ ଭାରତୀୟ ଛାତ୍ର

ରୁଷିଆ – ୟୁକ୍ରେନ ଯୁଦ୍ଧ ବିବାଦ କୁ ଆଜି ୭ମ ଦିନ I ରୁଷର ଘନ ଘନ ଆକ୍ରମଣ ଫଳରେ ୟୁକ୍ରେନ ର ଅଧିକାଂଶ ସହର ଧ୍ବଂସ ସ୍ତୁପ ହଁରେ ପରିଣତ ହାଇଗଲାଣି I ରୁଷ ବୋମା ମାଡ଼ରେ ଗତକାଲି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି I ମୃତ ଛାତ୍ର ହେଉଛନ୍ତି ୨୨ ବର୍ଷୀୟ ଚନ୍ଦନ ଜିନ୍ଦଲ ଏବଂ ସେ ପଞ୍ଜାବ ନିବାସୀ ବୋଲି ଜଣ ପଡିଛି I ହେଲେ ଚନ୍ଦନଙ୍କ ମୃତ୍ୟୁ କୌଣସି ଆକ୍ରମଣରେ ନୁହେଁ ବରଂ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ସେ ୟୁକ୍ରେନର ଭିନ୍ନୟଟସିଆରେ ଦୀର୍ଘ ୪ ବର୍ଷ ହେଲା ପଢ଼ୁଥିଲେ। ଫେବୃଆରୀ ୨ରେ ସେ ଷ୍ଟ୍ରୋକର ସମ୍ମୁଖୀନ ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବାପା ମା’ଙ୍କ ସହମତିକ୍ରମେ ସେଠାରେ ତାଙ୍କର ତୁରନ୍ତ ଅପରେସନ କରାଯାଇଥିଲା। ତେବେ ବ୍ରେନ ଷ୍ଟ୍ରୋକ କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ବୁଧବାର ଦିନ ହଠାତ୍‌ ହୃଦଘାତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ମଙ୍ଗଳବାର କର୍ଣ୍ଣାଟକ ବାସିନ୍ଦା ନବୀନଙ୍କ ଖାରକିଭରେ ଗୁଳିମାଡରେ ମୃତ୍ୟୁ ଘଟିଥିଲା।
ଚନ୍ଦନଙ୍କ ବାପା କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପୁଅର ମୃତଦେହ ଭାରତ ଆଣିବାକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ଣ୍ଣାଟକର ନବୀନଙ୍କ ମୃତଦେହ ତୁରନ୍ତ ଭାରତ ଅଣାଯିବା ନେଇ ପ୍ରୟାସ ଜାରି ରହିଛି।