ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ ରୁଷ ପଠାଇଛି ‘ୱାଗନର ଗ୍ରୁପ୍’

ଋଷିଆର ‘କିଭ୍’ କବଜା ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରୁଛି । ଏହାରି ମଧ୍ୟରେ ରୁଷ ନିଜର ଭଡାଟିଆ ସୈନିକ ଙ୍କୁ କିଭ ଦାଖଲ ଅଭିଯାନ ରେ ମଧ୍ୟ ସାମିଲ କରିଛି । ବ୍ରିଟେନର ଖବର କାଗଜ ଦ ଟାଇମର ରିପୋର୍ଟ ଅନୁସାରେ, ୪୦୦ରୁ ଅଧିକ ଭଡାଟିଆ ସୈନିକ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଆସିଛନ୍ତି । ଏହି ସୈନିକମାନେ ୱାଗନର ନାମକ ଏକ ଗ୍ରୁପ ପାଇଁ କାମ କରୁଛନ୍ତି । ଏହି ଗ୍ରୁପ ଅନୁଷ୍ଠାନିକ ରୁପେ ରୁଷ ସରକାର ପାଇଁ କାମ କରିପାରିବ ନାହିଁ। ଏହି ସୈନିକମାନେ ସେନାର ପୋଷାକ ପିନ୍ଧନ୍ତି ନାହିଁ। ଲୋକଙ୍କ ଭିତରେ ଲୁଚି ରହି ଆକ୍ରମଣ କରିଥାନ୍ତି ।

ୱେଗନର ଏକ ମିଲିସିୟା ସଂଗଠନ । ଟଙ୍କା ନେଇ ଭଡାରେ ସୈନିକ ଯୋଗାଇବା ହେଉଛି ଏହି ଗ୍ରୁପର କାମ। ଏହି କୁଖ୍ୟାତ ଗ୍ରୁପର ସଦସ୍ୟ ବଳାତ୍କାର, ଡକାୟତି, ହତ୍ୟା ଏବଂ ଯୁଦ୍ଧ ଅପରାଧରେ ଜଡିତ । ଏହାର ଅଧିକାଂଶ ସୈନ୍ୟ ରୁଷ ସେନା କାମ କରିଥିବା ଋଷ ସୈନିକ। ସୈନ୍ୟ ପ୍ରଶିକ୍ଷଣ ନେଇଥିବା ଏହି କୁଖ୍ୟାତ ଯୋଦ୍ଧାମାନେ ସେହି ସ୍ଥାନରେ ଲଢେଇ କରନ୍ତି ଯେଉଁଠି ଋଷ ନିଜର ସୈନ୍ୟ ପଠାଇ ପାରି ନଥାଏ। ସିରିଆ, ମୋଜାମବିକ୍ୟୁ, ମାଲି, ସୁଦାନ ଏବଂ ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକରେ ରୁଷ ଏହି ଭଡାଟିଆ ସୈନିକଙ୍କୁ ନିୟୋଜିତ କରିଛି।

ଏହି ସଂଗଠନକୁ ରୁଷର ପୂର୍ବତନ ସୈନ୍ୟ ଅଧିକାରୀ ଦିମିତ୍ରୀ ଉତ୍କିନ ଆରମ୍ଭ ପ୍ରତିଷ୍ଠା କରିଥିଲେ। ଦିମିତ୍ରୀ ହିଟଲରକୁ ନିଜର ଆଦର୍ଶ ମାନନ୍ତି ଏବଂ ତାଙ୍କ ନିକଟରେ ଚେଚନ୍ୟାରେ ଦୁଇ ଯୁଦ୍ଧର ଅନୁଭବ ରହିଛି। ହିଟଲ ପସନ୍ଦ କରୁଥିବା ଓପେରା ସଙ୍ଗୀତକାର ରିଚର୍ଡ ୱେଗନରଙ୍କ ନାଁରେ ରଖାଯାଇଥିଲା। କୁହାଯାଏ ଏହି ଗ୍ରୁପର ମାଲିକ ୟେବଦେନୀ ପ୍ରିଗୋଝିନ। ପୁଟିନଙ୍କ ସହ ପ୍ରିଗୋଝିନଙ୍କ ସମ୍ପର୍କ ଭଲ । ତେବେ ସେ କେବଳ ଏକ ବାହାର ଚେହେରା ଥିବା କୁହାଯାଉଛି।

୨୦୧୭ରେ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏହି ଗ୍ରୁପରେ ୬ ହଜାର କୁଖ୍ୟାତ ଯୋଦ୍ଧା ରହିଛନ୍ତି। କାଗଜପତ୍ରରେ ୱାଗନର ଗ୍ରୁପ ଏକ ଘରୋଇ ମାଲିକାନାରେ ରହିଛି। କିନ୍ତୁ ଏହା ରୁଷିଆ ମିଲିଟାରୀ ଦ୍ୱାରା ପରିଚାଳିତ ହେଉଥିବା ଆମେରିକା ଦାବି କରିଛି।