ୟୁକ୍ରେନର ଖାର୍କିଭ ସହରରେ ଗ୍ୟାସ ପାଇପଲାଇନ୍‍ ଉଡ଼ାଇଲା ରୁଷ

ରୁଷ ଓ ୟୁକ୍ରେନ୍‍ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ୪ର୍ଥ ଦିନ। ୟୁକ୍ରେନ ର କିଭ ପରେ ଖାରକିଭ ସହର ଭିତରେ ପ୍ରବେଶ କରି ତାଣ୍ଡବ ରଚିଛି ରୁଷ ସେନା I ଚତୁର୍ଥ ଦିନ ପାଇଁ ରୁଷ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ୍‌ ସାଙ୍ଗକୁ ଗୁଳି ମାଡ ବର୍ଷା କରି ଚାଲିଛି। ଏହାରି ଭିତରେ ଆଜି ରୁଷ ସେନା ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍‌କିଭରେ ଏକ ଗ୍ୟାସ ପାଇପଲାଇନ ଉଡ଼ାଇ ଦେଇଛନ୍ତି। ଏହି ବିସ୍ଫୋରଣ ଯୋଗୁ ପରିବେଶ ବିପର୍ଯ୍ୟୟ ଘଟିପାରେ ବୋଲି ଅନୁମାନ କରାଯାଉଛି । ଏଥିଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବା ସହ ତରଳ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି । । ରୁଷ – ୟୁକ୍ରେନ ଯୁଦ୍ଧରେ ରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୟୁକ୍ରେନ ଦାବି କରିଛି ରୁଷରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୟୁକ୍ରେନର ସର୍ବୋଚ୍ଚ ଓକିଲ ଇରିନା ଭେନେଡିକ୍ଟୋଭା କହିଛନ୍ତି ସୈନ୍ୟମାନେ ଖାର୍କିଭକୁ କାବୁ କରିବାରେ ସକ୍ଷମ ହୋଇ ନାହାଁନ୍ତି । ସେହିପରି ଦକ୍ଷିଣ ପୂର୍ବ ୟୁକ୍ରେନ୍‌ରେ ଥିବା ଏକ ପ୍ରମୁଖ ସହରକୁ ଗତରାତିରେ ରୁଷ୍‌ ବାହିନୀ ଅକ୍ତିଆର କରିନେଇଥିବା ଜଣାପଡିଛି। ମେଲିଟୋପଲ୍‌ ସହରକୁ ରୁଷ୍‌ ଅକ୍ତିଆର କରିବା ସହ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଛି।। ପାଖାପାଖି ୧.୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ସହର ରୁଷ ସୀମାଠାରୁ ୪୦ କିଲୋମିଟର ଦୂରରେ ରହିଛି । ଏଭଳି ପରିସ୍ଥିତିରେ ରୁଷର ଉଦ୍ଦେଶ୍ୟ ହେଉଛି ୟୁକ୍ରେନର ମନୋବଳକୁ ଭାଙ୍ଗିବା । ବର୍ତ୍ତମାନ ଖାର୍କିଭରେ ଯୁଦ୍ଧ ଜୋରଦାର ଚାଲିଛି । କିଭ୍‍ରେ ସୋମବାର ଯାଏ କର୍ଫ୍ୟୁ ବଢ଼ାଇ ଦିଆଯାଇଛି । ରୁଷର ସେବା କିଭ୍‍କୁ ନିଜର ଅଧିନକୁ ନେବାକୁ କିଛି ବି କରିପାରେ । ସେଥିପାଇଁ କିଭରେ ସଂଧ୍ୟା ୫ଟାରୁ ସକାଳ ୮ଯାଏ କର୍ଫ୍ୟୁ ଲଗାଯାଇଛି ।