ବାଲେଶ୍ୱର ଜିଲ୍ଲା ନିଶା କାରବାର ର ପେଣ୍ଠ ସ୍ଥଳୀ ପଲିଟିଛି କହିଲେ ଅତ୍ୟୁକ୍ତି ହେବନାହିଁ ଜିଲ୍ଲାର ବିଭିନ୍ନ ଅଂଚଳ ରୁ ବିଶେଷ କରି ଅଧିକ ଭାବରେ ନିଶା କାରବାର ହୋଇଥାଏ I ଗତକାଳି ସନ୍ଧ୍ୟାରେ ପୁଣି ଜଳେଶ୍ୱର ଅଞ୍ଚଳରୁ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗାର ଜବତ କରାଯାଇଛି ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ଏଥିରେ ସମ୍ପୃକ୍ତ ଜଣେ ମହିଳା ଓ ଜଣେ ଯୁବକକୁ ପୁଲିସ ଅଟକ ରଖିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ ସ୍ଥାନୀୟ ପୁଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ । ଆମେନା ବିବି ଓ ଏସକେ ରଫିକ୍ ଘରେ ପୁଲିସ ଚଢ଼ଉ କରି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରିଛି। ପୁଲିସ ଦୁଇଜଣଙ୍କୁ ଜଳେଶ୍ୱର ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବାରୁ ସବିଶେଷ ତଥ୍ୟ ଦେଇନାହିଁ ।
ସୂଚନା ମୁତାବିକ, ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପୋଲିସ ଓ ଅବକାରୀ ଏବଂ ଏସଟିଏଫର ଏହି ଅଞ୍ଚଳରେ କଡା ନଜର ରଖିଛି। ଗତାକାଲି ସନ୍ଧ୍ୟା ସମୟରେ ଜଳେଶ୍ଵର ଥାନା ଅଞ୍ଚଳରେ ଥିବା ରାଜପୁର ବସ୍ତିରେ ଧଳାଜରହ କାରବାର ନେଇ ଏସ୍ଟିଏଫ୍ ଟିମ୍ ସୂଚନା ମିଳିଥିଲା। ଏହା ପରେ ବସ୍ତିରେ ସ୍ଥାନୀୟ ପୁଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ। ଜଣଙ୍କୁ ଘର ଭିତରୁ ୨ କେଜିରୁ ଉର୍ଧ୍ଵ ର ବ୍ରାଉନସୁଗାର ଜବତ କରିଥିବା ବେଳେ ଏହି ମାମଲାରେ ସଂପୃକ୍ତି ଜଣେ ମହିଳା ଓ ଜଣେ ଯୁବକଙ୍କୁ ଏସ୍ଟିଏଫ୍ ଟିମ୍ ଅଟକ ରଖି ପଚରା ଉଚାରା କରୁଛି। ତେବେ ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତ ଖୋଜୁଛି ପୁଲିସ।