IPL ୨୦୨୨ ର ଆଜିର ୬୮ ତମ ମ୍ୟାଚରେ ରାଜସ୍ଥାନ ବନାମ ଚେନ୍ନାଇ ମଧ୍ୟରେ ଟକ୍କର ହେବାକୁ ଯାଉଛି ଇ ଆଜି ର ମ୍ୟାଚ ଚେନ୍ନାଇ ର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି I ତେବେ ପ୍ଳେଅଫ ଦୋୖଡରେ ତିଷ୍ଠି ରହିବାକୁ ହେଲେ ରାଜସ୍ଥାନ ପାଇଁ ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ I ସେହିପରି ପ୍ରଥମ ରୁ ହିଁ ଚେନ୍ନାଇ ପ୍ଳେଅଫ ରୁ ବିଦାୟ ନେଇ ସାରିଛି I
ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ ଘଟିଛି। ଶିବମ ଦୁବେଙ୍କ ସ୍ଥାନରେ ଅମ୍ବତି ରାୟୁଡୁଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ରାଜସ୍ଥାନ ମଧ୍ୟ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ସିମରନ ହେଟମାୟର ଦଳକୁ ଫେରିବାରୁ ଜିମି ନିଶାନ ବାଦ୍ ପଡିଛନ୍ତି।
ରୟାଲ୍ସକୁ ହରାଇବାକୁ ହେଲେ ସୁପରକିଙ୍ଗ୍ସକୁ ପ୍ରଥମେ ଦୁର୍ଦ୍ଦର୍ଷ ବ୍ୟାଟର ଜୋସ ବଟଲରଙ୍କୁ ଅଟକାଇବାକୁ ହେବ। ବଟଲର ଚଳିତ ସିଜନରେ ୩ଟି ଶତକ ଅର୍ଜନ କରିଛନ୍ତି । ଅରେଞ୍ଜ କ୍ୟାପ ମଧ୍ୟ ତାଙ୍କ ନିକଟରେ ରହିଛି। ତାଙ୍କୁ ସହଳ ଆଉଟ୍ କରିପାରିଲେ ରୟାଲ୍ସ ବଡ ସ୍କୋରରୁ ବଞ୍ଚିତ ହେବ । ରୟାଲ୍ସର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ।
ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନ ଫର୍ମରେ ରହିଛନ୍ତି । ସୁପରକିଙ୍ଗ୍ସ ଚଳିତ ସିଜନରେ ଉନ୍ନତ ପ୍ରଦର୍ଶନ କରିପାରି ନ ଥିଲେ ହେଁ କିଛି ଯୁବ ପ୍ରତିଭାବାନ ଖେଳାଳିଙ୍କୁ ପାଇଛି । ବିଶେଷ କରି ପେସ୍ ବୋଲର ମୁକେଶ ଚୌଧୁରୀଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ରହିଛି । ଆସନ୍ତା କାଲି ଦୁଇ ଓପନର ଋତୁରାଜ ଗାଏକୱାଡ୍ ଓ ଡେଭନ କନୱେଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଉଛି ।