ରେଳ ଲାଇନ ରୁ ମା’ପୁଅଙ୍କୁ ଉଦ୍ଧାର କଲା ଆରପିଏଫ ପୁଲିସ

ଦେବଦୁତ ସାଜିଲେ ଆରପିଏଫ ପୁଲିସ I ବଞ୍ଚିଗଲା ଦୁଇ ଦୁଇଟି ଅମୁଲ୍ୟ ଜୀବନ I ପାରିବାରିକ ବିବାଦ କୁ ନେଇ ଜଣେ ମା’ନିଜର କୁନି ପୁଅ କୁ ନେଇ ଆତ୍ମହତ୍ୟା ଉଦ୍ଦେଶ୍ୟରେ ରେଳଲାଇନ ରେ ବସିଥିଲେ I ସେପଟେ ଦୁଇ ନମ୍ବର ରୁଟରେ ଗ୍ରୀନ ସିଗ୍ନାଲ ଦେଇ ସାରିଥିଲା। ଟ୍ରେନ ଆସିବା ପୂର୍ବରୁ ,ମା’ପୁଅ ଙ୍କ ଉପରେ ନଜର ପଡିଗଲା ଆରପିଏଫ ପୁଲିସ ର ଦୁଇ କର୍ମଚାରୀ ଏସ୍‌ଆଇ ରୋଜି ମାହାଣ୍ଡା ଓ ଏଏସଆଇ ସ୍ମୃତି ରଂଜନ ସାହୁଙ୍କର I ସେଠି ଦେବଦୂତ ଭଳି ପହଞ୍ଚିଗଲେ ଏହି ଦୁଇ ଆରପିଏଫ କର୍ମଚାରୀ। ରେଳ ଧାରଣା ଉପରେ ନିଜ ପିଲାକୁ ଧରି ବସିଥିବା ମହିଳାଙ୍କୁ ବୁଝାଇ ସୁଝାଇ ସେ ଜାଗାରୁ ତୁରନ୍ତ ନେଇ ଆସିଲେ । ବଞ୍ଚିଗଲା ଉଭୟ ମା ଓ ପିଲାର ଜୀବନ । ଏପରି ଘଟଣା ଘଟିଛି କଟକ ଷ୍ଟେସନରେ। ଉକ୍ତ ମହିଳାଙ୍କ ଘର କଟକର ମଙ୍ଗଳବାଗ ଅଞ୍ଚଳରେ ବୋଲି ଜଣାଯାଇଛି। ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରି ମହିଳାଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଦେଇଥିଲା।