ରୋହିତ ଶର୍ମା ହେଲେ ଭାରତୀୟ ଟେଷ୍ଟ ଦଳ ର ଅଧିନାୟକ , ଯଶପ୍ରିତ ବୁମରା ଉପଅଧିନାୟକ

ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ତଥା ହିଟମ୍ୟାନ ରୋହିତ ଶର୍ମାଙ୍କୁ ମିଳିଛି ଆଉ ଏକ ବଡ଼ ଦାୟିତ୍ବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଅନ୍ୟପଟେ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଯଶପ୍ରୀତ ବୁମରାଙ୍କୁ ଉପ ଅଧିନାୟକ କରାଯାଇଛି। ସେହିପରି ଦଳର ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଟି-୨୦ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ଏଥିନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ଗତ ମାସରେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଆଜି ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି। ଏଥିରେ ରୋହିତଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। ରୋହିତ ଶର୍ମାଙ୍କୁ ଏହି ଦାୟିତ୍ବ ମିଳିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇସାରିଛି। ଚଳିତ ​‌ୱେଷ୍ଟଇଣ୍ଡିଜ ବିପକ୍ଷ ସିରଜରେ ସେ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି।

ଆଜି ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଟେଷ୍ଟ ଦଳରୁ ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା, ଋଦ୍ଧିମାନ ଶାହା ଓ ଇଶାନ୍ତ ଶର୍ମାଙ୍କୁ ବାଦ ଦିଆଯାଇଛି। ଋଦ୍ଧିମାନଙ୍କ ସ୍ଥାନରେ କେଏସ ଭରତଙ୍କୁ ବିକଳ୍ପ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ନିଆଯାଇଛି । ସେହିପରି ସ୍ପିନର ସୌରଭ କୁମାରଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଯଶପ୍ରିତ ବୁମରାଙ୍କୁ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି ।
ଆହତ ଜନିତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳୁନଥିବା ରବୀନ୍ଦ୍ର ଜାଦେଜା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ସ୍ପିନର ଆର.ଅଶ୍ବୀନ ଫିଟନେସ ଟେଷ୍ଟ ପାଶ କରିବା ପରେ ହିଁ ଦଳକୁ ଫେରିପାରିବେ ବୋଲି କୁହାଯାଇଛି।

ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ପ୍ରିୟଙ୍କ ପାଞ୍ଚାଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମାନ ଗିଲ୍, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ଵିନ(ଫିଟନେସ୍ ଉପରେ ନିର୍ଭର), ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା(ଉପ ଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଇଶାନ କିଶନ(ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଦୀପକ ହୁଡ୍ଡା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଆର ବିଷ୍ଣୋଇ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଯଶପ୍ରୀତ ବୁମରା(ଉପ ଅଧିନାୟକ), ଅଭେଶ ଖାନ।