ରୋହିତ ଶର୍ମା ହେଲେ T-20 ଅଧିନାୟକ : ନିଉଜିଲାଣ୍ଡ ଗସ୍ତ ପାଇଁ ଥିବା ଦଳର ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଭାରତର ଟି-୨୦ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା। ଆସନ୍ତା ନଭେମ୍ବର ୧୭ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ରୋହିତଙ୍କୁ ବିସିସିଆଇ ଅଧିନାୟକ ପଦ ଦେଇଛି। ସେହିପରି କେଏଲ ରାହୁଲ ଟିମ ଇଣ୍ଡିଆର ଟି-୨୦ ଉପ ଅଧିନାୟକ ହୋଇଛନ୍ତି। ଟି-୨୦ ବିଶ୍ୱକପ ପରେ ଏହା ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସିରିଜ୍‌। ଏହି ସିରିଜରେ ଟିମ ଇଣ୍ଡିଆ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ।

ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ କିଏ ହେବେ ଟି ୨୦ ର କ୍ୟାପଟେନ୍‌ ସେ ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ ର ପରିସମାପ୍ତି ଘଟିଛି । ଶେଷରେ ହିଟ୍‌ ମ୍ୟାନ୍‌ ଧରିଛନ୍ତି ଟିମ ଇଣ୍ଡିଆର ମଙ୍ଗ ।

ସୂଚନାନୁସାରେ ଆଗାମୀ ନିଉଜିଲାଣ୍ଡ ଗସ୍ତ ପାଇଁ ଥିବା ଦଳର ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟ କୋହଲି, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ହାର୍ଦ୍ଧିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ବିସିସିଆଇ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଭାଇସ-କ୍ୟାପଟେନ୍), ଋତୁରାଜ ଗାୟକୱାଡ, ଶ୍ରେୟସ୍ ଆୟର୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ୍ କିଶାନ୍ (ୱିକେଟ୍ କିପର), ଭେଙ୍କଟେଶ ଆୟର, ୟୁଜଭେନ୍ଦ୍ର ଚହଲ, ଆର ଅଶ୍ୱିନ, ଅକ୍ଷର ପଟେଲ , ଆବେଶ ଖାନ, ଭୂବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ I

Comments (0)
Add Comment