ସଫଦରଜଙ୍ଗ ହସ୍ପିଟାଲରେ ହେଲା ବିଶ୍ୱର ପ୍ରଥମ ରୋବୋଟିକ୍ ହାର୍ଟ ଭାଲ୍‌ଭ ସର୍ଜରୀ

ନୂଆଦିଲ୍ଲୀ: ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ (ବ୍ମମସି) ଏବଂ ସଫଦରଜଙ୍ଗ ହସ୍ପିଟାଲର ନିର୍ଦ୍ଦେଶିକା ଡାକ୍ତର କବିତା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଡିଆକ୍ ସର୍ଜରୀ କ୍ଷେତ୍ରରେ ବିଶ୍ୱସ୍ତରରେ ଐତିହାସିକ ସଫଳତା ମିଳିଛି। ସଂସ୍ଥାନର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (CTVS) ବିଭାଗ ଜଣେ ବୟସ୍କ ରୋଗୀଙ୍କ ଶରୀରରେ ଏହି ଜଟିଳ ରୋବୋଟିକ୍ ସର୍ଜରୀ କରିଛି। ଉକ୍ତ ରୋଗୀଜଣକ ଜନ୍ମଜାତ ଭାବେ ‘cCTGA’ ଏବଂ ‘ଡେକ୍ସଟ୍ରୋକାର୍ଡିଆ’ (Dextrocardia) ଭଳି ଦୁଇଟି ଦୁର୍ଲଭ ହୃଦ୍ଯନ୍ତ୍ର ସମସ୍ୟାରେ ପୀଡ଼ିତ ଥିଲେ। ଏହି ବିରଳ ଅସ୍ତ୍ରୋପଚାର VMMC ଏବଂ ସଫଦରଜଙ୍ଗ ହସ୍ପିଟାଲକୁ ଆଡଭାନ୍ସଡ୍ ରୋବୋଟିକ୍ କାର୍ଡିଆକ୍ ସର୍ଜରୀ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଭାବେ ସ୍ଥାପିତ କରିଛି। ଏହା ସହ ଭାରତର ସରକାରୀ ସ୍ୱାସ୍ଥ୍ୟସେବା (Public Healthcare) ପ୍ରଣାଳୀରେ ଉତ୍କୃଷ୍ଟ ଚିକିତ୍ସା, ନୂତନ ଜ୍ଞାନକୌଶଳ ଏବଂ ରୋଗୀ ସେବା ପ୍ରତି ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରିଛି।