ରବର୍ଟ ଭଦ୍ରାଙ୍କୁ ରାଜସ୍ଥାନ ହାଇକୋର୍ଟରୁ ଧକ୍କା
ବନ୍ଦ ହେବନି ମନି ଲଣ୍ଡରିଂ ମାମଲା

ଯୋଧପୁର: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ପତି ରବର୍ଟ ଭଦ୍ରା ଏବଂ ତାଙ୍କ ମା’ ମରିନ୍ ଭଦ୍ରାଙ୍କୁ ରାଜସ୍ଥାନ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି । ଜମି କିଣାବିକା ସମ୍ପର୍କିତ ମନି ଲଣ୍ଡରିଂ କେସ୍ ବନ୍ଦ ପାଇଁ ସେମାନଙ୍କ ପକ୍ଷରୁ ଦାୟର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ, ବିକାନେର୍‌ର କୋଲାୟତରେ ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ୍ ହସ୍ପିଟାଲିଟି ଏଲ୍‌ଏଲ୍‌ପି ପକ୍ଷରୁ କରାଯାଇଥିବା ଜମି କିଣାବିକା ମାମଲାର ଇଡି ତଦନ୍ତ କରୁଛି । ଇଡି ତଦନ୍ତ ଏବଂ ସେମାନଙ୍କ ଗିରଫ ଉପରେ ରୋକ୍ ଲଗାଇବା ନିମନ୍ତେ ଭଦ୍ରା ଏବଂ ତାଙ୍କ ମା’ଙ୍କ ପକ୍ଷରୁ ରାଜସ୍ଥାନ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ଜଷ୍ଟିସ୍ ପୁଷ୍ପେନ୍ଦ୍ର ସିଂହ ଭାଟିଙ୍କ ଜଣିକିଆ ଖଣ୍ଡପୀଠ ରବର୍ଟ ଭଦ୍ରାଙ୍କ କମ୍ପାନୀର ଆବେଦନକୁ ଖାରଜ କରିଦେଇଛନ୍ତି । ତେବେ ସେମାନଙ୍କ ଗିରଫ ଉପରେ କୋର୍ଟ ୧୫ ଦିନର ରୋକ୍ ଲଗାଇ ସେମାନଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବୁଧବାର କୋର୍ଟ ୨ ବର୍ଷ ଧରି ଶୁଣାଣି ଶେଷକରି ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ ।

Robert Bhadra struck by Rajasthan High Court