ନିରଞ୍ଜନଙ୍କ ଘରୁ ଲୁଟ ଘଟଣା, ଲୁଟେରା ଗିରଫ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା । ଏନେଇ ଲୁଟେରାକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ।  ବିଜୟୱାଡାରୁ ଲୁଟେରାକୁ ଗିରଫ କଲା ସ୍ପେଶାଲ ସ୍କ୍ବାର୍ଡ । ଭୁବନେଶ୍ବରରୁ ଲୁଟ ପରେ ଲୁଟେରା ଛତିଶଗଡ଼ ଓ ଝାଡଖଣ୍ଡ ଚାଲିଯାଇଥିଲା । ସେଠାରୁ ବିଜୟୱାଡା ପହଁଞ୍ଚିବା ବେଳକୁ ପରେ ତାକୁ ଜଗି ରହିଥିବା କମିଶନରେଟ ପୋଲିସ ଅଭିଯୁକ୍ତକୁ  ଗିରଫ କରିଛି । ଗତ ଏକ ମାସ ଧରି ଲୁଟେରାକୁ ଟ୍ରାକରେ ରଖିଥିଲା କମିଶନରେଟ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୪ଟି ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା ।

Robbery incident from Niranjan's house