ରନ୍ଧନ ଗ୍ୟାସ ଦର ବୃଦ୍ଧି

କରୋନା କାଳରେ ସାଧାରଣ ଜନତା ହନ୍ତସନ୍ତ ହେଉଥିବାବେଳେ ବୋଝ ଉପରେ ନଳିତା ବିଡା ସଦୃଶ ଚାଲିଛି ଗୋଟିଏ ପରେ ଗୋଟିଏ ମହଙ୍ଗା ମାଡ । ଲାଗାତାର ଦୁଇ ଦିନ ଧରି ତୈଳଦର ବୃଦ୍ଧି ପରେ ଆଜି ପୁଣି ଖାଉଟିଙ୍କ ଉପରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ର ବୋଝ ଲଦିଦେଛନ୍ତି ପେଟ୍ରୋଲିୟମ କମ୍ପାନି । ଆଜି ସିଲିଣ୍ଡର ପିଛା ଦର ୧୫ ଟଙ୍କା ବୃଦ୍ଧି କରିବା ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଫଳରେ ଖୁଚୁରା ବଜାରରେ ମହଙ୍ଗା ହୋଇଛି ପେଟ୍ରୋଲିୟମ ଉତ୍ପାଦନ ର ଦର । ୪ ମାସ ହେଲା ଲଗାତର ରୋଷେଇ ଗ୍ୟାସ ଦର ମହଙ୍ଗା ହୋଇଛି ।ଜୁଲାଇରେ ୨୫ ଟଙ୍କା ୫୦ ପଇସା, ଅଗଷ୍ଟରେ ୨୫ ଟଙ୍କା ଓ ପୁଣି ସେପ୍ଟେମ୍ବରରେ ସିଲିଣ୍ଡର ପିଛା ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା । ଏପଟେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରେଲ ଲିଟର ପିଛା ଦର ପୁଣି ୩୦ ପଇସା ଓ ଡିଜେଲ ଲିଟର ୩୫ ପଇସା ମହଙ୍ଗା ହୋଇଛି । ଫଳରେ ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୧୧୦ଟଙ୍କା ୪୫ ପଇସା ଓ ଡିଜେଲ ଲିଟର ପିଛା ଦର ୧୦୬ ଟଙ୍କା ୧ ପଇସା ହୋଇଛି ।

Comments (0)
Add Comment