ରାଜଧାନୀରେ ଖୋଲିଲା ଚାଉଳ ଏଟିଏମ

ଭୁବନେଶ୍ୱର:ରାଜ୍ୟ ବିଜେପି ସରକାର ଶାସନ ଭାରଗ୍ରହଣ କରିବାବେଳେ ଯାହା ଘୋଷଣା କରିଥିଲେ ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । ରାଜ୍ୟର ପ୍ରଥମ ଚାଉଳ ଏଟିଏମ ଖୋଲିଛି । ସେ ପୁଣି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱରସ୍ଥ ମଞ୍ଚେଶ୍ୱରରେ ଏହି ଏଟିଏମ ଖୋଲିଛି ।  ଗୁରୁବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଚାଉଳ ଏଟିଏମକୁ ଉଦଘାଟନ କରିଛନ୍ତି । ହିତାଧିକାରୀମାନେ କାର୍ଡ ନମ୍ବର ମାରି ଏଟିଏମରୁ ଚାଉଳ ଉଠାଇ ପାରିବେ । ତେବେ ଏହି ଯୋଜନା ସଫଳ ହେଲେ ସବୁ ଜିଲ୍ଲା ଓ  ବ୍ଲକରେ  ଏହି ଚାଉଳ ଏଟିଏମ ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।