ଭୁବନେଶ୍ୱର: ଦୀର୍ଘ ଦିନ ପରେ ବିଧାନସଭା ଆସିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଧାନସଭା ଆସି ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁରେଶ ପୂଜାରୀଙ୍କର ଦିଲ୍ଲୀ ଏମ୍ସରେ ଚିକିତ୍ସା ଚାଲିଥିଲା । ଅସ୍ତ୍ରୋପଚାର ପରେ ଗତକାଲି ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ମନ୍ତ୍ରୀ । ରାଜ୍ୟ ସଭା ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବା ପାଇଁ ସେ ଆଜି ବିଧାନସଭା ଆସିଛନ୍ତି । ଭୋଟ ଦେବା ପରେ ନିଜ କାର୍ଯ୍ୟାଳୟ କକ୍ଷରେ ବସି କାର୍ଯ୍ୟ ଆରମ୍ଭ କରିଛନ୍ତି ମନ୍ତ୍ରୀ । ଗତକାଲି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଘଟିଥିବା ଘୂର୍ଣ୍ଣିବାତ୍ୟାରେ ହୋଇଥିବା ଧନଜୀବନର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଖବର ନେଇଛନ୍ତି ସୁରେଶ ।