ଲେଉଟିଲା ଜାଡ : ୧୪ ଟି ସହରକୁ ୟେଲୋ ୱାର୍ଣ୍ଣିଂ

ମାଘ ମାସରେ ହାଡ଼ ଭଙ୍ଗା ଜାଡ I ଲେଉଟାଣି ଶୀତରେ ଥରୁଛି ସାରା ଓଡିଶା । ଉତ୍ତର-ପଶ୍ଚିମରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଶୀତ ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୧୪ ଟି ସହରର ତାପାମାତ୍ରା । ଏହା ପ୍ରଭାବରେ ଆହୁରି ୪ ଦିନ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ । ଏ ନେଇ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଶୀତ ପାଇଁ ୧୪ଟି ଜିଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ,ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ , କେନ୍ଦୁଝର ଜିଲାର କିଛି ସ୍ଥାନରେ ଅଧିକ ଶୀତ ଅନୁଭବ ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହିସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅଧିକ ଶୀତଲହରି ଅନୁଭୂତ ହେବା ସମ୍ଭାବନା ରହିଛି । ସେହିପରି ୩୦ତାରିଖରୁ ୩୧ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୫ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ବଲାଙ୍ଗୀର, ବରଗଡ, ସୋନପୁର,ମୟୁରଭଞ୍ଜ ଓ କଳହାଣ୍ଡି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି ।

Comments (0)
Add Comment