ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ପ୍ରକାଶ : ବାଜି ମାରିଲେ ଛାତ୍ରୀ

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳ। ଚଳିତ ବର୍ଷ ମଧ୍ୟ ପୁଅଙ୍କ ଠାରୁ ଆଗରେ ଅଛନ୍ତି ଝିଅ। ଚଳିତ ବର୍ଷ ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୯.୯୭ ପ୍ରତିଶତ ଛାତ୍ର ପାସ୍‌ କରିଥିବା ବେଳେ ୯୯.୯୮ ପ୍ରତିଶତ ଛାତ୍ରୀ ପାସ୍‌ କରିଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ରବିବାର ଅପରାହ୍ନରେ ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏ ନେଇ ବୋର୍ଡ ପକ୍ଷରୁ ପୂର୍ବରୁ ସୂଚିତ କରାଯାଇଥିଲା। ତେବେ ପୂର୍ବ ବର୍ଷ ଭଳି ଏଥରକ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ହାରରେ ପାସ୍‌ କରିଛନ୍ତି। ପୁଅଙ୍କ ତୁଳନାରେ ଏଥରକ ଅଧିକ ପରିମାଣର ଝିଅ ପାସ୍‌ କରିଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଛାତ୍ରଛାତ୍ରୀ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ନିଜ ନିଜ ପରୀକ୍ଷା ଫଳ ଚେକ୍‌ କରିପାରିବେ।