ମହିଳାଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେବା ଆବଶ୍ୟକ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଟୁଇଟ୍। ରକ୍ଷାବନ୍ଧନର ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ଓ ପାରସ୍ପରିକ ବିଶ୍ୱାସର ଭାବନା ଉପରେ ଆଧାରିତ । ଏହିପର୍ବ ସମସ୍ତ ଭଉଣୀ ଓ ଝିଅଙ୍କ ପ୍ରତି ସ୍ନେହ ଓ ସମ୍ମାନର ଭାବନାକୁ ପ୍ରକାଶ କରିଥାଏ। ଏହାପରେ ରାଷ୍ଟ୍ରପତି କହିଛନ୍ତି, ସମସ୍ତ ଦେଶବାସୀ ଆମ ସମାଜରେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିବା ପାଇଁ ସଂକଳ୍ପ ନେବା ଆବଶ୍ୟକ। ପ୍ରକାଶ ଯେ  ଭାଇ-ଭଉଣୀର ସଂପର୍କକୁ ଅଧିକ ମଜବୁତ କରିଥାଏ ରାକ୍ଷୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ଆଉ ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଭାଇ ହାତରେ ରାକ୍ଷୀଟିଏ ବାନ୍ଧିବା ଲାଗି ଭଉଣୀ ବର୍ଷ ସାରା ଅପେକ୍ଷା କରି ରହିଥାଏ ଆଜିର ଦିନକୁ।