ଭୁବନେଶ୍ୱର: ବିଜେଡି ନିଜର ମିଡିଆ ସେଲର ପୁନର୍ଗଠନ ସହିତ ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା କରିଛି। ଦଳ ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ଇଲେକ୍ଟ୍ରୋନିକ, ପ୍ରିଣ୍ଟ, ସୋସିଆଲ ମିଡିଆ ଓ ଆଇଟି ୱିଙ୍ଗ୍ ସମେତ ଜାତୀୟ ଓ ରାଜ୍ୟ ମୁଖପାତ୍ରଙ୍କ ନୂଆ ତାଲିକା ଜାରି କରିଛି । ଏହି ନୂଆ ତାଲିକାରେ ଇଲେକ୍ଟ୍ରୋନିକ ମିଡିଆର ମୁଖ୍ୟ ସଂଯୋଜକ ଭାବେ ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ବରିଷ୍ଠ ସଂଯୋଜକ ଭାବେ ଦେବେଶ ଆଚାର୍ଯ୍ୟ ଓ ସଂଯୋଜକ ଲେନିନ ମହାନ୍ତି ଅଛନ୍ତି। ସେହିପରି ପ୍ରିଣ୍ଟ ମିଡିଆର ମୁଖ୍ୟ ସଂଯୋଜକ ଭାବେ ସଞ୍ଜୟ କୁମାର ଦାସବର୍ମା, ବରିଷ୍ଠ ସଂଯୋଜକ ଗୌତମ ବୁଦ୍ଧ ଦାସ ଓ ସଂଯୋଜକ ଭାବେ ପ୍ରିୟବ୍ରତ ମାଝୀ ରହିଛନ୍ତି। ସୋସିଆଲ ମିଡିଆ ଓ ଆଇଟି ସେଲର ମୁଖ୍ୟ ସଂଯୋଜକ ଭାବେ ପ୍ରତାପ ଜେନା ଦାୟିତ୍ୱ ବଜାୟ ରଖିଥିବାବେଳେ ବରିଷ୍ଠ ସଂଯୋଜକ ଭାବେ ପ୍ରଣବ କୁମାର ବଳବନ୍ତରାୟ, ସୋସିଆଲ ମିଡିଆ ସଂଯୋଜକ ଭାବେ ସ୍ୱୟଂପ୍ରକାଶ ମହାପାତ୍ର ଓ ଆଇଟି ସଂଯୋଜକ ଭାବେ ଅମରେଶ ପତ୍ରୀଙ୍କୁ ସାମିଲ କରାଯାଇଛି।ସେହିପରି ଦଳ ଜାତୀୟ ମୁଖପାତ୍ର ଭାବେ ନିଜର ସମସ୍ତ ୫ଜଣ ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆଙ୍କ ସମେତ କଳିକେଶ ସିଂହଦେଓ, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କୁ ଦାୟିତ୍ୱ ଦେଇଛି।ରାଜ୍ୟସ୍ତରୀୟ ମୁଖପାତ୍ର ଟିମରେ ୩୦ଜଣ ନେତାଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଣବ ପ୍ରକାଶ ଦାସ, ଚନ୍ଦ୍ରଶେଖର ସାହୁ, ସୁଦାମ ମାର୍ଣ୍ଡି, ଦିବ୍ୟ ଶଙ୍କର ମିଶ୍ର, ସାରଦା ପ୍ରସାଦ ନାୟକ, ରମେଶ ମାଝୀ, ପ୍ରୀତିରଞ୍ଜନ ଘଡ଼େଇ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ, ରାଜେନ୍ଦ୍ର କୁମାର ସାହୁ, ବ୍ୟୋମକେଶ ରାୟ, ସୁଲୋଚନା ଦାସ, ସୁବାସ ସିଂହ, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ରଞ୍ଜିତା ସାହୁ, ଚିନ୍ମୟ ସାହୁ ଓ ଇପସିତା ସାହୁ ରହିଛନ୍ତି। ଏସବୁ କମିଟି ବ୍ୟତୀତ ଦଳ ଅନ୍ୟ ୨୦ ଜଣ ନେତାଙ୍କୁ ବରିଷ୍ଠ ପ୍ୟାନେଲିଷ୍ଟ, ୨୦ ଜଣଙ୍କୁ ସୋସିଆଲ ମିଡିଆ ଷ୍ଟିଅରିଂ କମିଟି ଓ ୧୫ ଜଣଙ୍କୁ ଆଇଟି ଷ୍ଟିଅରିଂ କମିଟିର ଦାୟିତ୍ୱ ଦେଇଛି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ପରେ ଏହା ଜାରି କରାଯାଇଛି |