ମାନସ ଦାସ ବିରୁଦ୍ଧ ରେ ଦେଲେ ମୃତକ ଙ୍କ ସମ୍ପର୍କୀୟ ପ୍ରତିକ୍ରିୟା

ଗତକାଲି ସନ୍ଧ୍ୟା ରେ ଗିରଫ ହୋଇଥିବା ମାନବବାଦ ସଂଗଠନ ର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଂଜନ ଦାସଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ସତ୍ୟବ୍ରତ ନାୟକଙ୍କ ପରିବାର । କହିଛନ୍ତି ଖୁସି ଅଛୁ, ହେଲେ ଅଧିକ ଭୟଭୀତ ଅଛୁ, କାରଣ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତି ଏ ପର୍ଯ୍ୟନ୍ତ ଗିରଫ ନ ହୋଇ ବାହାରେ ଖୋଲା ରେ ବୁଲୁଛନ୍ତି। ତାଙ୍କ ଆଡୁ ଆମ ପରିବାର କୁ ବିପଦ ରହିଛି Iଅଗଷ୍ଟ ୨ ତାରିଖ ରାତିରେ ଅଭିମାନପୁର ଗାଁର ସତ୍ୟବ୍ରତ ନାଏକ ନାମକ ଜଣେ ଆଦିବାସୀ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତି ହେବାପରେ ନିସ୍ତୁକ ମାଡ଼ ମାରି ହତ୍ୟା କରିବା ସହ ନିର୍ମମ ପୋଡି ଦିଆଯାଇଥିଲା । ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ତଥା କଥିତ ମାନବବାଦ ସଂଗଠନ ର ଗୁରୁଜୀ ବୋଲାଉଥିବା ମାନସ ଦାସଙ୍କୁ ଗିରଫ କରିନଥିଲା । ତେଣୁ ସଂଗଠନର ମୁଖ୍ୟ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଅଭିଯୋଗ କରିଥିଲେ ମୃତ ସତ୍ୟବ୍ରତଙ୍କ ସମ୍ପର୍କୀୟ ।

Comments (0)
Add Comment