କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (CUET 2022) ପାଇଁ ବିଜ୍ଞପ୍ତି ଜାରି I ଜାତୀୟ ପରୀକ୍ଷା ଏଜେନ୍ସି (NTA) ସୂଚନା ଅନୁସାରେ CUET 2022 ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବାର ତାରିଖ ବୃଦ୍ଧି କରାଯାଇଛି I ସୂଚନା ଅନୁଯାୟୀ, CUET ପାଇଁ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ୬ ଏପ୍ରିଲ 2022 ରୁ ଆରମ୍ଭ ହେବ I
କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆସନ୍ତା ଏପ୍ରିଲ ମାସ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ cuet.samarth.ac.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏନେଇ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଏପ୍ରିଲ ୩୦ ରେ ସମାପ୍ତ ହେବାକୁ ଥିବାବେଳେ ପ୍ରବେଶିକା ପରୀକ୍ଷା ତାରିଖ ସ୍ଥିରୀକୃତ ହୋଇ ନ ଥିବାବେଳେ ଜୁଲାଇ ରେ ପରୀକ୍ଷା ହେବ ବୋଲି ଆଶାକରଯାଉଛି I
ଚଳିତ ଥର ସିୟୁଇଟି ସିବିଟି ମୋଡ଼ରେ ଅନୁଷ୍ଠିତ ହେବ । ଏନେଇ ଅପଡେଟ ଜାଣିବା ପାଇଁ ଆଶାୟୀଙ୍କୁ ୱେବସାଇଟ ପରିଦର୍ଶନ କରିବାକୁ କୁହାଯାଇଛି । ଏନଟିଏ ପ୍ରଥମ ଥର ପାଇଁ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ସିୟୁଇଟିର ଆୟୋଜନ କରିବାକୁ ଯାଉଛି । ଏଥର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଣ୍ଡରଗ୍ରାଜୁଏଟ କୋର୍ସରେ ନାମଲେଖା ସିୟୁଇଟି ଆଧାରରେ କରାଯିବ । ଦ୍ୱାଦଶ ବୋର୍ଡ ପରୀକ୍ଷାର ମାର୍କକୁ ଏ କ୍ଷେତ୍ରରେ ବିଚାରକୁ ନିଆଯିବ ନାହିଁ । ଏନଟିଏ ଦ୍ୱାରା ପ୍ରସ୍ତୁତ ମେରିଟ୍ ଲିଷ୍ଟକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ । ଏହି ପରୀକ୍ଷା ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ, ଉର୍ଦୁ, ଆସାମୀ, ବଙ୍ଗାଳୀ, ପଞ୍ଜାବୀ, ଓଡ଼ିଆ ଓ ଇଂରାଜୀ ଆଦି ୧୩ଟି ଭାଷାରେ ଆୟୋଜିତ ହେବ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକମରେ ନାମଲେଖା ପାଇଁ ସିୟୁଇଟି ବାଧ୍ୟତାମୂଳକ ବୋଲି ପୂର୍ବରୁ କୁହାଯାଇଥିଲା ।ପରୀକ୍ଷା ଜୁଲାଇର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଅନୁଷ୍ଠିତ ହୋଇପାରେ I ତେବେ ପରୀକ୍ଷାର କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର NTA ର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ I
ଗୁରୁତ୍ୱପୂର୍ଣ୍ଣ ତାରିଖ
- ପଞ୍ଜୀକରଣ ଆରମ୍ଭ ତାରିଖ – ୬ ଏପ୍ରିଲ ୨୦୨୨
- ପଞ୍ଜୀକରଣ ଶେଷ ତାରିଖ – ମଇ ୬ , ୨୦୨୨
- ଆବେଦନ ଶୁଳ୍କ ଦାଖଲ କରିବାର ଶେଷ ତାରିଖ – ମେ ୬ ରୁ ରାତି ୧୧ .୫୫ ପର୍ଯ୍ୟନ୍ତ |
ଏହିପରି ଆବେଦନ କରନ୍ତୁ
- ଛାତ୍ରମାନେ ସର୍ବପ୍ରଥମେ samarth.edu.in ରେ CUET ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ
- ଏହା ପରେ ଆପଣ ମୂଳପୃଷ୍ଠାରେ ଦିଆଯାଇଥିବା ଲିଙ୍କ୍ (CUET 2022) ଉପରେ କ୍ଲିକ୍ କରନ୍ତୁ
- ବର୍ତ୍ତମାନ ଦିଆଯାଇଥିବା ନିୟମାବଳୀ ଅନୁଯାୟୀ ପଞ୍ଜିକରଣ କରନ୍ତୁ
- ଏହା ପରେ, ଆପଣଙ୍କଠାରୁ ପଚରାଯାଇଥିବା ସୂଚନା ପ୍ରବେଶ କରି ଲଗଇନ୍ କରନ୍ତୁ
- ବର୍ତ୍ତମାନ ଆପଣ ଆବେଦନ ଫର୍ମ ପୂରଣ କରିବା ଆରମ୍ଭ କରିପାରିବେ
- ଏହା ପରେ ଆପଣ ଆବେଦନ ଶୁଳ୍କ ଦେଇପାରିବେ
- ଏହାସହିତ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ବାହାର କରି ଭବିଷ୍ୟତ ପାଇଁ ରଖନ୍ତୁ I