ରେକର୍ଡ ଭାଙ୍ଗିଲା ସୁନା ଦର, ୭୨ ହଜାର ଟପିବ

ନୂଆଦିଲ୍ଲୀ: ଚାଲିଛି ବିବାହ ଋତୁ | ସୁନା କିଣା କିଣି କରୁଛନ୍ତି ଗ୍ରାହକ | ସୁନା ସମସ୍ତଙ୍କୁ ଭଲ ଲାଗିଥାଏ | ଯେତେ ମହଙ୍ଗା ହେଲେ ମଧ୍ୟ ସୁନା କିଣା ହୋଇଥାଏ | ବିବାହ ଋତୁ ଆସିଲେ ବଢିଯାଏ ସୁନା ଦର | ଯାହା ଯୋଗୁଁ ଚିନ୍ତିତ ହୋଇଯାନ୍ତି ଗ୍ରାହକ | ସୁନା ଦର ବୃଦ୍ଧିର କାରଣ ହେଉଛି ମନ୍ଦାବସ୍ଥାର ଆଶଙ୍କା | ଫେବୃଆରୀ ମାସରେ ସୁନା ଦର କମିଥିବା ବେଳେ ପୁଣି ମାର୍ଚ୍ଚରେ ବୃଦ୍ଧି ପାଇଛି ଦର |

ତେବେ ସୁନା ଦର କଥା କହିବାକୁ ଗଲେ ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଆଜି ପୁଣି ୬୯୦ଟଙ୍କା ବୃଦ୍ଧି ପାଇଛି ସୁନା ଦର । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୫,୬୩୫ ଟଙ୍କାରେ ପହଞ୍ଚିଛି। ଗତ ଦୁଇଦିନ ତଳେ ବର୍ଷ ଡ଼ିସେମ୍ବର ମାସ ସୁନା ଦର ଦେଖିବାକୁ ଗଲେ ମୂଲ୍ୟ ସର୍ବକାଳୀନ ରେକର୍ଡ ୬୩,୮୦୫ ଟଙ୍କା ଛୁଇଁଥିଲା।

ମାର୍ଚ୍ଚ ଆରମ୍ଭରୁ ସୁନା ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି। ଫେବୃଆରୀ ୨୧ ରେ, ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୨,୨୨୬ ଟଙ୍କା ଥିଲା | ଫେବୃଆରୀ ୨୯ ରେ ଏହାର ଦର ୧୦ ଗ୍ରାମ ପିଛା ୬୨,୨୮୨ ଟଙ୍କାରେ ପହଞ୍ଚିଛି। କିନ୍ତୁ ମାର୍ଚ୍ଚ ୧ ରେ ଏହା ୬୨,୫୯୨ ଟଙ୍କାରେ ଖୋଲି ୧୦ ଗ୍ରାମ ପିଛା ୬୨,୮୧୬ ଟଙ୍କାରେ ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୭ ରେ ସୁନା ଦର ୧୦ ଗ୍ରାମ ପିଛା ୬୫,୦୪୯ ଟଙ୍କା ହୋଇଥିଲା। ଏହା ପରେ, ସୋମବାର ଅର୍ଥାତ୍ ମାର୍ଚ୍ଚ ୧୧ ରେ ସୁନା ହାର ୬୫,୬୩୫ ଟଙ୍କାକୁ ବୃଦ୍ଧି ପାଇଛି । ଏହି ଅନୁଯାୟୀ, ମାତ୍ର ୧୦ ଦିନ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ ୩୪୦୦ ଟଙ୍କା ବୃଦ୍ଧି ପାଇଛି। ଏହା ସହ ରୂପା ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

ମାର୍ଚ୍ଚ ୧୧:
୨୪ କ୍ୟାରେଟ୍ ସୁନା ଦର – ୧୦ ଗ୍ରାମ ପ୍ରତି ୬୫,୬୩୫ ଟଙ୍କା
୨୩ କ୍ୟାରେଟ୍ ସୁନା ଦର – ୧୦ ଗ୍ରାମ ପ୍ରତି ୬୫,୩୭୨ ଟଙ୍କା
୨୨ କ୍ୟାରେଟ୍ ସୁନା ଦର – ୧୦ ଗ୍ରାମ ପ୍ରତି ୬୦,୧୨୨ ଟଙ୍କା
୧୮ କ୍ୟାରେଟ୍ ସୁନା ଦର – ୧୦ ଗ୍ରାମ ପ୍ରତି ୪୯,୨୨୬ ଟଙ୍କା
ରୂପା ମୂଲ୍ୟ ଏକ କେଜି ପ୍ରତି ୭୨,୫୯୩୯ ଟଙ୍କା