ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା: ୩ ଘଣ୍ଟା ଭିତରେ ବୁଡ଼ିଗଲା ସାରା ସହର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ବାଦଲଫଟା ବର୍ଷା ଯୋଗୁଁ ସବୁଆଡ଼େ ଜଳମଗ୍ନ ହୋଇଯାଇଛି । ୩ ଘଣ୍ଟାର ବର୍ଷାରେ ବେହାଲ ହୋଇପଡ଼ିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ବର୍ଷା ପାଣି ଯୋଗୁଁ ସହରର ସ୍ଥାନେ ସ୍ଥାନେ ଅସ୍ଥାୟୀ ବନ୍ୟା ଦେଖିବାକୁ ମିଳିଛି । ଅନେକ ଅଞ୍ଚଳରେ ଲୋକମାନଙ୍କ ଘରେ, ଦୋକାନ ଘରେ ପାଣି ପଶିଯାଇଥିବା ବେଳେ ଯାତାୟତ ଏକଦମ୍ ଠପ୍ ହୋଇ ଯାଇଛି । ତେବେ ଗତ ୧୨ ବର୍ଷ ମଧ୍ୟରେ ଏହି ବର୍ଷା ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ଗତକାଲିର ବର୍ଷା ଏବେ ୧୨ ବର୍ଷର ରେକର୍ଡକୁ ପଛରେ ପକାଇ ଦେଇଛି । ୬ ଘଣ୍ଟାର ଏହି ବର୍ଷାରେ ରାଜଦାନୀ ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ହୋଇଯାଇଛି । ଗତକାଲି ଅପରାହ୍ନ ସାଢେ ୨.୩୦ରୁ ସାଢେ ୫ଟା ପର୍ଯ୍ୟନ୍ତ ହୋଇଥିବା ବର୍ଷାର ପରିମାଣ ୧୮୬ ମିଲିମିଟର ରେକର୍ଡ କରାଯାଇଥିବା ବେଳେ ଏହାପରେ ବୃଦ୍ଧି ହୋଇଥିଲା ବର୍ଷା ବିତ୍ପାତ । ସନ୍ଧ୍ୟା ସାଢେ ୫ଟାରୁ ବର୍ଷାର ପରିମାଣ ବୃଦ୍ଧି ପାଇଥିଲା ଏବଂ ଏହା ୨୫୦ ମିଲିମିଟର ଅତିକ୍ରମ କରିଥିବା ରେକର୍ଡ କରାଯାଇଛି । ଏହି ୩ ଘଣ୍ଟାରେ ଭୁବନେଶ୍ୱରରେ ପ୍ରାୟ ୨୫୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଏହି ୬ ଘଣ୍ଟାରେ ହୋଇଥିବା ବର୍ଷା ଗତ ୧୨ ବର୍ଷର ରେକର୍ଡ ଭାଙ୍ଗିବା ସହ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ତେବେ ଭୁବନେଶ୍ୱର ବ୍ୟତୀତ ରାଜ୍ୟ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ତେବେ ରାଜଦାନୀ ଭୁବନେଶ୍ୱରରେ ବର୍ଷାପାଣି ସମ୍ପୂର୍ଣ୍ଣ ସହରକୁ ଜଳମଗ୍ନ କରିଦେଇଛି ।

ଏହା ପଛକୁ ରହିଥିଲା ଚାନ୍ଦବାଲି ସହର। ଏଠାରେ ସଂଧ୍ୟା ପ୍ରାୟ ସାଢ଼େ ୫ଟା ସୁଦ୍ଧା ୮୬.୧ ମିମି ବର୍ଷା ରେକର୍ଡ ହୋଇଯାଇଛି। ଅବଶିଷ୍ଟ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼, କଟକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏଥିସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।