ରୁଷିଆ ସହ ଆଲୋଚନା ପାଇଁ ପ୍ରସ୍ତୁତ ,କିନ୍ତୁ ବେଲାରୁଷ ରେ ନୁହେଁ : ୟୁକ୍ରେନ ରାଷ୍ଟ୍ରପତି

ରୁଷ-ୟୁକ୍ରେନ୍‌ ଭିତରେ ଚାଲିଥିବା ମହାଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର। ବେଲାରୁଷ ଠାରେ ୟୁକ୍ରେନ୍‌କୁ ଅଲୋଚନା ପାଇଁ ପ୍ରସ୍ତାବ ଦେଇଛି ରୁଷ। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଋଷ୍‌ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ତିନିଦିନ ଧରି ଚାଲିଥିବା ଯୁଦ୍ଧ ପାଇଁ ମସ୍କୋକୁ ଜମି ସାହାଯ୍ୟ କରୁଛି ସେଠାରେ କୌଣସି ଆଲୋଚନା ହୋଇପାରିବ ନାହିଁ ।ରୁଷର ନ୍ୟୁଜ୍ ଏଜେନ୍ସି ମୁତାବକ, ଆଜି ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ୱାର୍ସ, ବ୍ରାତିସ୍ଲାଭା, ଇସ୍ତାନବୁଲ, ବୁଦାପେଷ୍ଟ ଓ ବାକୁରେ ଆଲୋଚନା ହୋଇପାରେ । ଅନ୍ୟ କୌଣସି ସ୍ଥାନରେ ଆଲୋଚନା ସମ୍ଭବ ନୁହେଁ ।
ବିଚାର ବିମର୍ଷ ପରେ ରବିବାର ରୁଷୀୟ ରାଷ୍ଟ୍ରପତି ଭବନ କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ, ରୁଷ ଏକ ପ୍ରତିନିଧି ମଣ୍ଡଳୀଙ୍କୁ ବେଲାରୁସ ପଠାଇଛି ସେଠାରେ ୟୁକ୍ରେନ୍‌ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ବେଲେଋଷ୍‌ର ହୋମେଲ୍‌ ସହରରେ ପ୍ରତିନିଧି ଦଳ ପହଞ୍ଚିଛନ୍ତି ।
କ୍ରେମଲିନ୍‌ର ପ୍ରବକ୍ତା ଦିମିତ୍ରି ପେସ୍କୋୱ ଏ ନେଇ କହିଛନ୍ତି ଯେ,ରୁଷର ପ୍ରତିନିଧିମଣ୍ଡଳରେ ଅନେକ ମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ପ୍ରଶାସନର ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି। ବେଲାରୁଷରେ ପହଞ୍ଚିଥିବା ରୁଷିଆ ଦଳ କହିଛି, ଯେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଆମେ ୟୁକ୍ରେନର ପ୍ରତିନିଧିତ୍ୱକୁ ଅପେକ୍ଷା କରିଛୁ।