୨୩ରେ ବାଧାପ୍ରାପ୍ତ ବୁଥରେ ହେବ ସାନି ମତଦାନ : ରାଜ୍ୟ ନିର୍ବାଚନ କମିଶନର

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ କାରଣରୁ ୪୫ ଟି ବୁଥ ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିବା ବୁଥ ଗୁଡିକରେ ଫେବୃଆରୀ ୨୩ରେ ସାନି ମତଦାନ ହେବ । ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ୨୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ହେବ ମତଦାନ । ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍ ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।
ସୂଚନIନୁସାରେ ରାଜ୍ୟରେ ୧୬ ତାରିଖରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି । ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ, ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ କିଛି ସ୍ଥାନରେ ନିର୍ବାଚନ ସୁରୁଖୁରୁରେ ସରିଥିଲେ ଅନେକ ସ୍ଥାନରେ ହିଂସାକାଣ୍ଡ ସହିତ ବୁଥ ଜବରଦଖଲ ହୋଇ ମତଦାନ ବାଧାପ୍ରାପ୍ତ ହୋଇଥିଲା I ତେଣୁ ଏହି ସବୁ ବାଧାପ୍ରାପ୍ତ ହୋଇଥିବା ୪୫ ଟି ବୁଥରେ ଆସନ୍ତା ୨୩ ତାରିଖରେ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।