ଆଜି ର ଆଇପିଏଲ ୨୦୨୨ ର ୬୭ ତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିରାଟ କୋହଲି ଏକ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଏହି ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜୁରାଟ ଟାଇଟାନ୍ସକୁ ୮ ୱିକେଟରେ ପରାସ୍ତ କରିଛି I କୋହଲି ଚଳିତ ସିଜିନ୍ରୁ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜିର ଏହି ରୋମାଞ୍ଚକର ବିଜୟ ପପରେ RCB ର ପ୍ଲେ ଅଫ୍ ର ଆଶା ଉଦ୍ଜୀବିତ ରହିଛି I ମ୍ୟାଚରେ ଗୁଜୁରାଟ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ୫ ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା I କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ଉତ୍ତରରେ, ଆରସିବି ୧୮ .୪ ଓଭରରେ ୨ ୱିକେଟ୍ ହରାଇ ୧୬୯ ରନ ର ଲକ୍ଷ୍ୟ ହାସଲ କରି ନେଇଛି I ୧୪ ଟି ମ୍ୟାଚରେ ଏହା ଦଳର ଅଷ୍ଟମ ବିଜୟ | ବର୍ତ୍ତମାନ ଆରସିବି ଦଳ ୧୬ ପଏଣ୍ଟ ପାଇଁ ୫ମ ସ୍ଥାନରୁ ୪ ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ଇ ଯେଉଁଠାରେ ଗୁଜୁରାଟର ୧୪ ଟି ମ୍ୟାଚ ରୁ ୨୦ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି I ଗୁଜୁରାଟ ଏବଂ ଲକ୍ଷ୍ନୌ ନକ୍ଆଉଟ୍ ରାଉଣ୍ଡରେ ରହିଥିବା ବେଳେ ଅନ୍ୟ ୨ ଟି ଦଳ ପାଇଁ ଏପର୍ଯ୍ୟନ୍ତ ଫଇସଲା ହୋଇନାହିଁ I ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୌଡରୁ ୫ ଟି ଦଳ ବାହାରେ ଅଛନ୍ତି I
ଆଜି ର ମ୍ୟାଚ ରେ ଆରସିବି ଆରମ୍ଭରୁ ଭଲ ପ୍ରଦର୍ଶନ କରି ବିରାଟ ୫୪ ବଲ୍ ଖେଳି ସର୍ବାଧିକ ୭୪ ରନ୍ କରିଛନ୍ତି। ସେହିପରି ଟିମ୍ର ଫାପ୍ ଡୁପ୍ଲେସିସ୍ ୪୪ ରନ୍ କରିଥିବା ବେଳେ, ଦିନେଶ କାର୍ତ୍ତିକ ୨ ଓ ଗ୍ଲେନ୍ ମାକ୍ସୱେଲ୍ ଜବରଦସ୍ତ ୪୦ ରନ୍ କରି ନଟ୍ଆଉଟ୍ ରହି ଟିମ୍କୁ ଜିତାଇଛନ୍ତି।
ବାଙ୍ଗଲୋର ପକ୍ଷରୁ ଓପନିଂ ଆସିଥିବା ବିରାଟ ଓ ଡୁପ୍ଲେସିସ୍ ଯୋଡ଼ି ଭଲ ପ୍ରଦର୍ଶନ କରିଥିଲା। ଉଭୟ ମିଶି ୧୪ .୩ ଓଭର ପର୍ଯ୍ୟନ୍ତ ୧୧୫ ରନ୍ କରିଥିଲେ। ଏହାପରେ ଡୁପ୍ଲେସିସ୍ଙ୍କ ୱିକେଟ୍ ପଡ଼ିଥିଲା। ସେହିପରି ୧୬.୪ ଓଭରରେ ବିରାଟ କୋହଲିଙ୍କ ୱିକେଟ ଯାଇଥିଲା। ଏହାପରେ ଦିନେଶ କାର୍ତ୍ତିକ ଓ ଗ୍ଲେନ୍ ମାକ୍ସୱେଲ୍ ମିଶି ନଟ୍ଆଉଟ ରହିବା ସହିତ ମ୍ୟାଚ୍ ଜିତାଇଥିଲେ। ସେହିପରି ଗୁଜୁରାଟ ପକ୍ଷରୁ ରଶିଦ ଖାନ ଦୁଇଟି ୱିକେଟ୍ ନେଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୱିକେଟ୍ ନେଇପାରି ନଥିଲେ।