RBI ର ବଡ଼ ଉପହାର: ଘର-କାର ସମେତ ଶସ୍ତା ହେବ ସମସ୍ତ ପ୍ରକାରର ଋଣ ଏବଂ EMI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ କରି ଲୋକଙ୍କୁ ଏକ ବଡ଼ ଉପହାର ଦେଇଛି। ଏଥର RBI ୫୦ ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, କାର୍-ଘର ସମେତ ସମସ୍ତ ପ୍ରକାରର ଋଣ ଶସ୍ତା ହେବ। RBI ରେପୋ ରେଟ୍ ହ୍ରାସ କରିଛି ଏବଂ କହିଛି ଯେ, ଏହି ପଦକ୍ଷେପ ନିବେଶକମାନଙ୍କୁ ପ୍ରଚୁର ସୁଯୋଗ ଦେବ। ବିଶ୍ୱ ଅଭିବୃଦ୍ଧିର ମନ୍ଥର ଗତି ମଧ୍ୟରେ ଭାରତୀୟ ଅର୍ଥନୀତି ମଜବୁତ ହେବ। ଘରୋଇ ଚାହିଦା ଆହୁରି ମଜବୁତ ହେବ। ଗତ ଛଅ ମାସ ମଧ୍ୟରେ RBI ଦ୍ୱାରା ରେପୋ ରେଟ୍ ରେ ଏହା ଲଗାତାର ତୃତୀୟ ହ୍ରାସ। ପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ୨୫ ବେସିସ୍ ପଏଣ୍ଟ ଏବଂ ପରେ ଏପ୍ରିଲରେ ପୁଣି ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା। ଏହା ପରେ ରେପୋ ରେଟ ୬ ପ୍ରତିଶତକୁ ହ୍ରାସ ପାଇଛି।

including home and carRBI's big gift: All types of loans and EMIs