ନୂଆଦିଲ୍ଲୀ: ଦେଶର କୋଟି କୋଟି ଋଣଗ୍ରାହୀଙ୍କ ପାଇଁ ଆଶ୍ୱସ୍ତିର ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଲଗାତାର ପଞ୍ଚମ ଥର ପାଇଁ ପ୍ରମୁଖ ନୀତିଗତ ସୁଧ ହାର ‘ରେପୋ ରେଟ୍’କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଫଳରେ ବର୍ତ୍ତମାନ ପାଇଁ ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ୍ ଲୋନ୍ EMIରେ କୌଣସି ବୃଦ୍ଧି କିମ୍ବା ପରିବର୍ତ୍ତନ ହେବ ନାହିଁ। ୨୦୨୬-୨୭ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା (ଏମ୍ପିସି) ବୈଠକ ପରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ଦେଇ କହିଛନ୍ତି ଯେ, ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ରେପୋ ରେଟ୍କୁ પୂର୍ବ ସ୍ତରରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ ବ୍ୟାଙ୍କଗୁଡ଼ିକର ଋଣ ବଣ୍ଟନ ଖର୍ଚ୍ଚରେ ତୁରନ୍ତ କୌଣସି ପରିବର୍ତ୍ତନ ଆସିବ ନାହିଁ। ଏହାର ଅର୍ଥ, ଫ୍ଲୋଟିଂ ରେଟ୍ ହୋମ୍ ଲୋନ୍, କାର୍ ଲୋନ୍ ଏବଂ ଅନ୍ୟାନ୍ୟ ଋଣର EMI ପୂର୍ବଭଳି ଜାରି ରହିବ। ନୂଆ ଋଣ ନେବାକୁ ଯୋଜନା କରୁଥିବା ଗ୍ରାହକମାନେ ମଧ୍ୟ ବର୍ତ୍ତମାନର ସୁଧ ହାରରେ ଋଣ ପାଇପାରିବେ।