ପିଏମ କେୟାର ଫଣ୍ଡର ଭାର ସମ୍ଭାଳିଲେ ରତନ ଟାଟା

ନୂଆଦିଲ୍ଲୀ: ଭାରତରେ ଅନେକ ବଡ଼ ବଡ଼ ବ୍ୟବସାୟୀ ରହିଛନ୍ତି କିନ୍ତୁ ସେ ସମସ୍ତଙ୍କ ମଧ୍ୟରୁ ରତନ ଟାଟା ହେଉଛନ୍ତି ଅନ୍ୟତମ । ସେ କେବଳ ଜଣେ ବ୍ୟବସାୟୀ ତାହା ନୁହେଁ ବରଂ ସେ ଜଣେ ସରଳ ଓ ଉଦାର ବ୍ୟକ୍ତିତ୍ୱ । ସେ ଆଉ କେହି ନୁଅଁନ୍ତି ଆମ ଭାରତର ଜଣେ ସୁଯୋଗ୍ୟ ସନ୍ତାନ ସାର୍ ରତନ ଟାଟା । ସେ ହେଉଛନ୍ତି ଟାଟା ଆଣ୍ଡ ସନ୍ସର ଚେୟାରମ୍ୟାନ । ନିଜ ବ୍ୟବହାର, କାମ ଓ ଦକ୍ଷତା ପାଇଁ ସାରା ଦୁନିଆରେ ବେଶ୍ ପରିଚିତ । ଲୋକମାନଙ୍କ ପାଇଁ ରତନ ଟାଟା ହେଉଛନ୍ତି ଆଦର୍ଶ ଏବଂ ପ୍ରେରଣା । ସେ ଟାଟା ଗ୍ରୁଫରେ ଜଡ଼ିତ ଛୋଟରୁ ଛୋଟ କର୍ମଚାରୀ ମାନଙ୍କୁ ମଧ୍ୟ ନିଜ ପରିବାର ବୋଲି ଭାବନ୍ତି । ନିଜ ରୋଜଗାରର ଏକ ବଡ଼ ଅଶଂ ଦାନ କରୁଥିବା ପାଇଁ ମଧ୍ୟ ସେ ବେଶ ପରିଚିତ । ୨୦-୯-୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଟ୍ରଷ୍ଟ ବୋର୍ଡର ଏକ ବୈଠକ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଯୋଗ ଦେଇଥିଲେ । ଯେଉଁଥିରେ ରତନ ଟାଟାଙ୍କୁ ପିଏମ୍ କେୟାର ଫଣ୍ଡର ଟ୍ରଷ୍ଟି ଭାବେ ଦାୟିତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରତନ ଟାଟାଙ୍କ ସହ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟି୍ରସ କେ.ଟି ଥୋମାସ ଏବଂ ଲୋକସଭାର ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡାଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଛି ।ଏହା ବ୍ୟତୀତ ପିଏମ୍ କେୟାର ପରାମର୍ଶ ଦାତା ଗୋଷ୍ଠୀରେ ମଧ୍ୟ ଅନେକ ବଡ଼ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରାଯାଇଛିି । ସେମାନେ ହେଉଛନ୍ତି ପୂର୍ବତନ ସିଏଜି ରାଜୀବ ମେହେରୀ, ଇନଫୋସିସ୍ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୂର୍ତ୍ତୀ, ଇଣ୍ଡିକର୍ପ୍ସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବତନ ସିଇଓ ଆନନ୍ଦ ଶାହା । ପିଏମ କେୟାର ଫଣ୍ଡ: ୨୦୨୦ କରୋନା ମହାମାରୀ ସମୟରେ ଜରୁରୀ କାଳୀନ ରିଲିଫ ଏବଂ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଭାବରେ ପିଏମ୍ କେୟାର ପାଣ୍ଠି ସୃଷ୍ଟି ହୋଇଥିଲା । ଏହି ପାଣ୍ଠିର ଅଧ୍ୟକ୍ଷତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟ୍ରଷ୍ଟର ପଞ୍ଜିକରଣ ୨୭ ମାର୍ଚ୍ଚ ୨୦୨୦ରେ ନୂଆଦିଲ୍ଲୀରେ ପଞ୍ଜୀକରଣ ଅଧିନିୟମ ଅନୁଯାୟୀ କରାଯାଇଥିଲା । ପାଣ୍ଠିରେ ଦିଆଯାଇଥିବା ଦାନ ସମ୍ପୂର୍ଣ୍ଣ ରୂପେ ଟିକସ ମୁକ୍ତ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ଟ୍ରଷ୍ଟି ଏବଂ ପରାମର୍ଶ ଦାତାଙ୍କ ଅଶଂଗ୍ରହଣରେ ଏହି ପାଣ୍ଠିର କାର୍ଯ୍ୟ ଏକ ବ୍ୟାପକ ଦୃଷ୍ଟି କୋଣ ପାଇବ । ଜନସାଧାରଣଙ୍କ ଜୀବନରେ ତାଙ୍କର ବିପୁଳ ଅଭିଜ୍ଞତା ଏହି ପାଣ୍ଠିଙ୍କୁ ବିଭିନ୍ନ ଜନସାଧାରଣଙ୍କ ଆବଶ୍ୟକତାକୁ ଅଧିକ ପ୍ରତିକ୍ରୀୟାଶୀଳ କରିବାରେ ଅଧିକ ଉତ୍ସାହ ଦେବ ।