କିମ୍‌ସ କ୍ୟାନସର ସେଂଟରରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : କିମସ୍ କ୍ୟାନସର ସେଂଟର(କେସସି)ର ସର୍ଜିକାଲ ଅଙ୍କୋଲୋଜି ଦଳ ୫୨ ବର୍ଷୀୟ ଜଣେ ମହିଳା ଙ୍କଠାରେ ଏକ ବିରଳ ଅସ୍ତ୍ରୋପଚାର କରିଛି । ମହିଳାଙ୍କ ପିତକୋଷ ଏବଂ କ୍ଷୁଦ୍ରାନ୍ତ୍ରରେ କର୍କଟ ହୋଇଥିଲା । କେସିସିର ବରିଷ୍ଠ କର୍କଟ ଶଲ୍ୟ ବିଶେଷଜ୍ଞ ଡା. ସବ୍ୟସାଚୀ ପରିଡ଼ା କହିଛନ୍ତି ରୋଗୀ କିମ୍‌ସ ଭୁବନେଶ୍ୱରରେ ଭର୍ତି ହେବା ବେଳକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲା I ସେ ଖାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରିକି କିଛି ପାନୀୟ ମଧ୍ୟ ନେଇପାରୁନଥିଲେ । ଫଳରେ ସେ ବହୁତ ଦୁର୍ବଳ ହୋଇଯାଇଥିଲେ । ଡା. ପରିଡାଙ୍କ ନେତୃତ୍ୱରେ କେସିସି ଡାକ୍ତରୀ ଦଳ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ ।
ରୋଗୀଙ୍କଠାରେ ଅସ୍ତ୍ରୋପଚାର କରାଯିବା ସହ ଅସ୍ତ୍ରୋପଚାର ସମୟରେ ପିତକୋଷରେ ରେଡିକାଲ୍ ଏକ୍ସାଇଜନ୍ ପାଇଁ ରେଡିକାଲ୍‌ କୋଲେସିଷ୍ଟେକ୍ଟୋମି, କ୍ଷୁଦ୍ରାନ୍ତ୍ର ପାଇଁ ଡୁଏଡେନାଲ୍ ଟ୍ୟୁମର୍ ଓ ଡୁଏଡେନୋ-ଜେଜୁନୋଷ୍ଟୋମି କରାଯାଇଥିଲା । ଉକ୍ତ ରୋଗୀଙ୍କ କ୍ଷେତ୍ରରେ ହୋଇଥିବା ଅସ୍ତ୍ରୋପଚାର ପଦ୍ଧତି ଅତି ଜଟିଳ ଓ ବିରଳ ବୋଲଇ ଡା. ପରିଡ଼ା କହିଛନ୍ତି । ଏପରି ଘଟଣା ଖୁବ କମ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଏଭଳି ରୋଗୀଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର କରିବା ଅତ୍ୟନ୍ତ ବିପଦଜନକ ବୋଲି ଡ. ପରିଡା କହିଛନ୍ତି । ଏଭଳି ଅସ୍ତ୍ରୋପଚାର ପରେ ଅନ୍ତନଳୀରୁ ରକ୍ତସ୍ରାବ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଏଭଳି ବିରଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଶଂସା କରିଛନ୍ତି । କିମ୍‌ସ କ୍ୟାନସର କେନ୍ଦ୍ରରେ
ବିଏସ୍‌କୱୋଇ କାର୍ଡ ଅଧୀନରେ ଉକ୍ତ ରୋଗୀଙ୍କ ସମଗ୍ର ଚିକିତ୍ସା ହୋଇପାରିଥିବାରୁ ରୋଗୀ ଜଣକ ଡାକ୍ତରଙ୍କ ନିକଟରେ ଖୁସି ବ୍ୟକ୍ତ କରିଥିଲେ । ଅନ୍ୟ ରୋଗୀମାନେ ବିଳମ୍ବ ନ କରି ଅଙ୍କୋଲୋଜି ବିଶେଷଜ୍ଞଙ୍କ ନିକଟକୁ ଆସିବା ଉଚିତ ।
କେସିସି ନିର୍ଦ୍ଦେଶକ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡା. ବିଧୁ କଲ୍ୟାଣ ମହାନ୍ତି କହିଛନ୍ତି, କିମ୍‌ସ କ୍ୟାନସର କେନ୍ଦ୍ରରେ ରୋଗୀଙ୍କ କଲ୍ୟାଣ ପାଇଁ କ୍ୟାନସର ସହାୟତା ସେବାକୁ ମଧ୍ୟ ଏକୀକୃତ କରାଯାଇଛି । ରୋଗୀଙ୍କ ପରିବାରର ଯତ୍ନ ନିଆଯିବା ସହ ସେମାନଙ୍କୁ ମାନସିକ ସହାୟତା ଯୋଗାଇ ଦିଆଯାଉଛି । ଏଥି ସହିତ କେସିସି ରୋଗୀ ସେବା ସମନ୍ୱୟ, ଖାଦ୍ୟ ଏବଂ ଫିଜିଓଥେରାପି ମୋଡାଲିଟି ଏବଂ କ୍ୟାନସର ଅନୁସନ୍ଧାନ ମଧ୍ୟ ପ୍ରଦାନ କରେ ବୋଲି ଡା. ମହାନ୍ତି କହିଛନ୍ତି ।
ସୂଚନାଯୋଗ୍ୟ, କିମ୍‌ସ ସର୍ଜିକାଲ୍ ଅଙ୍କୋଲୋଜି ବିଭାଗ ଆଧୁନିକ ମଡ୍ୟୁଲାର୍ ଓଟି ସହିତ ଉନ୍ନତ ଲାପାରୋସ୍କୋପିକ୍ ସର୍ଜରୀ, ପ୍ରିସାଇଜ୍ ଡାଇଥର୍ମି, ହରମୋନିକ୍ ସ୍କାଲପେଲ୍‌, ଇଂଟ୍ରୋଅପରେଟିଭ୍ ଅଲଟ୍ରାସାଉଣ୍ଡ, ସି-ଆର୍ମ, ହାଇ ଏଣ୍ଡ ସର୍ଜିକାଲ୍ ଯନ୍ତ୍ର ଜରିଆରେ ଅସ୍ତ୍ରୋପଚାର କରାଯାଉଛି । କେସିସିରେ ସର୍ଜିକାଲ୍ ଅଙ୍କୋଲୋଜ,ି ମେଡକି ।ଲ୍ ଅଙ୍କୋଲୋଜି,ରେଡିଏସନ୍ ଅଙ୍କୋଲୋଜି, ପାଲ୍ଲିଏଟିଭ୍‌
କେୟାର ଏବଂ ନ୍ୟୁକ୍ଲିଓର ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି । ଏହା ଓଡ଼ିଶା ଏବଂ ପଡୋଶୀ ରାଜ୍ୟର ରୋଗୀଙ୍କ ପାଇଁ କର୍କଟ ରୋଗର ବ୍ୟାପକ ଚିକିତ୍ସା ପ୍ରଦାନ କରିଛୁ I ମେଡକି ।ଲ୍ ଅଙ୍କୋଲୋଜି ଅଧୀନରେ ଡେ କେୟାର,କେମୋଥେରାପି ଏବଂ ଇମ୍ୟୁନୋଥେରାପି ଆଦି ମଧ୍ୟ କରାଯାଏ । ଦୁଇଟି ଆଧୁନିକ ରେଡିଓଥେରାପି ମେସିନ୍ (ଏଲଆଇଏନ୍‌ଏସି) ଏବଂ ପେଟ୍‌-ସିଟିର ସମସ୍ତ ସେବା ଯୋଗାଇ ଦିଆଯାଉଛି ।